ଭାରତୀୟ ବଂଶୋଦ୍ଭବ ରଚନା ହେଲେ ଆମେରିକା ରାଷ୍ଟ୍ରଦୂତ

ଓ୍ବାଶିଂଟନ୍‌, ୧୭ା୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତୀୟ ବଂଶୋଦ୍ଭବ ରଚନା ସଚସେବ କୋରହୋନେନ୍‌ଙ୍କୁ ମାଲି ପାଇଁ ରାଷ୍ଟ୍ରଦୂତ ନିଯୁକ୍ତ କରିଛନ୍ତି। ଏ ନେଇ ହ୍ବାଇଟ୍‌ହାଉସ ପକ୍ଷରୁ ଘୋଷଣା କରାଯାଇଛି। ମାସକରେ କୌଣସି ଭାରତୀୟ ବଂଶୋଦ୍ଭବଙ୍କୁ ଏଭଳି ନିଯୁକ୍ତି ମିଳିବାରେ ଏହା ତୃତୀୟ। ଆମେରିକା ବିଦେଶ ସେବାରେ ରଚନା ନିଜ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏବେ ଆମେରିକା ବହିର୍ବ୍ୟାପାର ବ୍ୟୁରୋର ନିଅର ଇଷ୍ଟର୍ଣ୍ଣ ଆଫାୟର୍ସ ଏବଂ ବ୍ୟୁରୋ ଅଫ୍‌ ସାଉଥ ଆଣ୍ଡ୍‌ ସେଣ୍ଟ୍ରାଲ ଏସିଆନ୍‌ ଆଫାୟର୍ସର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି। ପୂର୍ବରୁ ସେ ସାଉଦି ଆରବର ଧରାନସ୍ଥିତ ଆମେରିକା କନ୍‌ସୁଲେଟରେ କନ୍‌ସଲ୍‌ ଜେନେରାଲ ଏବଂ ପ୍ରିନ୍ସିପାଲ ଅଫିସର ଥିଲେ ବୋଲି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି। ଏଥିସହ ରଚନା କଲମ୍ବୋସ୍ଥିତ ଆମେରିକା ଦୂତାବାସର ମ୍ୟାନେଜମେଣ୍ଟ ସେକ୍ସନର ନେତୃତ୍ୱ ନେଇଛନ୍ତି। ଏଥିସହ ଓ୍ବାଶିଂଟନ୍‌ରେ ମଧ୍ୟ ମ୍ୟାନେଜମେଣ୍ଟ ସେକ୍ରେଟାରୀଙ୍କ ଅଧୀନରେ ସ୍ପେଶିଆଲ ଆସିଷ୍ଟାଣ୍ଟ ରହିଥିଲେ।

Share