ଭାରତୀୟ ବଂଶୋଦ୍ଭବ ରିଆଲିଟି ଶୋ’ ଷ୍ଟାର୍‌ଙ୍କୁ ୭୮ ମାସ ଜେଲ

ନ୍ୟୁୟର୍କ,୧୨।୧: ଦେଶବ୍ୟାପୀ ଟେଲିମାର୍କେଟିଂ ଜାଲିଆତି ସ୍କିମ୍‌ ଚଳାଇଥିବା ଭାରତୀୟ-ଆମେରିକୀୟ ରିଆଲିଟି ଟିଭି ଷ୍ଟାର ଜେନିଫର ଶାହାଙ୍କୁ ୭୮ ମାସ ଜେଲଦଣ୍ଡ ହୋଇଛି। ‘ରିଅଲ ହାଉସ୍‌ଓ୍ବାଇଭ୍ସ ଅଫ୍‌ ସଲ୍ଟ ଲେକ୍‌ ସିଟି’ରେ ଅଭିନୟ କରିଥିବା ୪୯ ବର୍ଷୀୟା ଶାହା ଟେଲିମାର୍କେଟିଂ ସହ ସମ୍ପୃକ୍ତ ଜାଲିଆତି ଷଡ଼ଯନ୍ତ୍ରରେ ଦୋଷୀସାବ୍ୟସ୍ତ ହୋଇଥିଲେ।

ତାଙ୍କର ୬୫ ଲକ୍ଷ ଡଲାର ଅର୍ଥ, ୩୦ଟି ଲକ୍‌ଜୁରି ସାମଗ୍ରୀ ଏବଂ ୭୮ ନକଲି ବିଳାସପୂର୍ଣ୍ଣ ସାମଗ୍ରୀକୁ ବାଜ୍ୟାପ୍ତି କରିବା ସହ ୬୬.୪୫ ଲକ୍ଷ ଡଲାର ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବହୁବର୍ଷ ଧରି ଜେନିଫର ବରିଷ୍ଠ ଓ ଅସୁରକ୍ଷିତ ବ୍ୟକ୍ତିଙ୍କୁ ଟାର୍ଗେଟ କରିଆସୁଥିଲେ ବୋଲି ଆଟର୍ନି ଡାମିଆନ ଓ୍ବିଲିୟମ୍ସ କହିଛନ୍ତି।

Share