ଭାରତୀୟ ମୂଳ ବାସିନ୍ଦା ଲଢିବେ ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଲେ ଇଚ୍ଛା

ସିଙ୍ଗାପୁର,୮।୬: ସିଙ୍ଗାପୁରର ଜଣେ ଭାରତୀୟ ମୂଳ ବାସିନ୍ଦା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ ଗୁରୁବାର ୨୨ ବର୍ଷ ପରେ ସକ୍ରିୟ ରାଜନୀତିରୁ ବାହାରି ଚଳିତ ବର୍ଷ ଶେଷରେ ରାଷ୍ଟ୍ରପତି ନିର୍ବାଚନରେ ଲଢିବାକୁ ଘୋଷଣା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ଲି ହିସୟନ ଲୁଂଗଙ୍କୁ ରାଜନୀତି ଓ ଅନ୍ୟ ସମସ୍ତ ପଦରୁ ଇସ୍ତଫା ଦେଇଥିବା କଥା ଚିଠି ଲେଖି ଜଣାଇଛନ୍ତି।

ଥର୍ମନ ଏହା ମଧ୍ୟ କହିଛନ୍ତି ଯେ ୧୯୬୦ଦଶକରୁ ସମୃଦ୍ଧ ସିଙ୍ଗାପୁର ଚଳାଇଥିବା ଶାସକ ପିପୁଲ୍ସ ଆକ୍ସନ ପାର୍ଟିରୁ ସେ ଇସ୍ତଫା ଦେବାକୁ ଚାହୁଁଛନ୍ତି। ସେ ପ୍ରଧାନମନ୍ତ୍ରୀ ଲି ହିସୟନ ଲୁଙ୍ଗଙ୍କୁ ସୂଚନା ଦେଇଛନ୍ତି ଯେ ସେ ରାଜନୀତିରୁ ଅବସର ନେବା ସହିତ ସରକାରରେ ଥିବା ସମସ୍ତ ପଦବୀରୁ ଅବସର ନେଉଛନ୍ତି ଏବଂ ସେପ୍ଟେମ୍ବର ସୁଦ୍ଧା ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ନିର୍ବାଚନ ଲଢୁଛନ୍ତି।

Share