କାନାଡାରେ ଭାରତୀୟ ମୂଳ ବାସିନ୍ଦା ଶିଖ ଯୁବକଙ୍କୁ ଗୁଳିକରି ହତ୍ୟା

ଟରୋଣ୍ଟୋ,୧୨ ।୧୨: କାନାଡାର ଅଲବର୍ଟା ଅଞ୍ଚଳରେ ଜଣେ ଭାରତୀୟ ମୂଳ ବାସିନ୍ଦା ଶିଖ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ତା’ର ବୟାନ ଜାରି କରି କହିଛି ମୃତକ ହେଉଛନ୍ତି ସନରାଜ ସିଂ । ଡିସେମ୍ବର ୩ରେ ଏହି ଘଟଣା ଘଟିଥିବା ବେଳେ ଚଳିତ ମାସରେ କାନାଡାରେ ଶିଖ ନାଗରିକଙ୍କୁ ହତ୍ୟା କରାଯିବାରେ ଏହା ଦ୍ୱିତୀୟ ଘଟଣା ।
ସୂଚନାଯୋଗ୍ୟ, ମୃତକ ସନରାଜ ଏକ ଗାଡି ଭିତରେ ଆହତ ଅବସ୍ଥାରେ ମିଳିଥିଲେ । ଆପାତ୍ତକାଳୀନ ଚିକିତ୍ସା ପୂର୍ବରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ସିପିଆର ଦେଇଥିଲା । ହେଲେ ହସ୍ପିଟାଲରେ ପହଞ୍ଚିବା ବେଳକୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଷ୍ଟମର୍ଟମ ରିପୋର୍ଟରେ ଏହା ଏକ ହତ୍ୟା ବୋଲି କୁହାଯାଇଛି ।

Share