ସିଡନୀ,୩୦।୧: ଅଷ୍ଟ୍ରେଲିଆ ଯୁବ ଲେଗ୍ ସ୍ପିନର ତନବୀର ସାଂଘା ଭାରତୀୟ ବଂଶୋଦ୍ଭବ ବୋଲି ଜଣାପଡ଼ିଥିଲା। ଏବେ ତାଙ୍କ ବାପା ଜଣେ ଟ୍ୟାକ୍ସି ଡ୍ରାଇଭର ବୋଲି ଜଣାପଡ଼ିଛି। ସାଂଘାଙ୍କ ବାପା ୧୯୯୭ରେ ପଞ୍ଜାବ ଜଳନ୍ଧରରେ ରହିମପୁର ଅଞ୍ଚଳରୁ ଅଷ୍ଟ୍ରେଲିଆ ଚାଲିଯାଇଥିଲେ। ସେ ସିଡନୀରେ ଟ୍ୟାକ୍ସି ଚଳାଇ ପରିବାରର ପ୍ରତିପୋଷଣ କରିଥାନ୍ତି।
୧୯ ବର୍ଷୀୟ ସାଂଘା ବିଗ୍ ବ୍ୟାସ୍ ଲିଗ୍(ବିବିଏଲ୍)ରେ ଭଲ ପ୍ରଦର୍ଶନ କରିଥିଲେ। ସିଡନୀ ଥଣ୍ଡର ପକ୍ଷରୁ ଖେଳୁଥିବା ବେଳେ ସାଂଘା ୨୧ ଉଇକେଟ ନେଇଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଆସନ୍ତା ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ଅନ୍ତଃର୍ଜାତୀୟ ସିରିଜ୍ ପାଇଁ ଅଷ୍ଟ୍ରେଲିଆ ଦଳରେ ତାଙ୍କୁ ସୁଯୋଗ ମିଳିଛି।