ସିଙ୍ଗାପୁରର ନବମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ କାର୍ଯ୍ୟଭାର ସମ୍ଭାଳିଲେ ଥର୍ମନ

ସିଙ୍ଗାପୁର,୧୪।୯: ଭାରତୀୟ ମୂଳ ବାସିନ୍ଦା ଥର୍ମନ ଶନମୁଗରତ୍ନମ ଗୁରୁବାର ସିଙ୍ଗାପୁର ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ସେ ସିଙ୍ଗାପୁରର ନବମ ରାଷ୍ଟ୍ରପତି ହୋଇଛନ୍ତି। ସୂଚନାଯୋଗ୍ୟ ରାଷ୍ଟ୍ରପତି ହଲିମା ୟାକୁବଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୩ରେ ଶେଷ ହୋଇଥିଲା। ଏଭଳି ପରିସ୍ଥିତିରେ ଥର୍ମନ ଶନମୁଗୁରତ୍ନମ ଗୁରୁବାର ରାଷ୍ଟ୍ରପତି ଭାବରେ ତାଙ୍କର କାର୍ଯ୍ୟକାଳ ଗ୍ରହଣ କରିବେ ବୋଲି ବିଶ୍ୱାସ କରାଯାଉଥିଲା।
ଏହାପୂର୍ବରୁ, ୬୬ ବର୍ଷୀୟ ଶନମୁଗରତ୍ନମ ସିଙ୍ଗାପୁର ରାଷ୍ଟ୍ରପତି ନିବାଚନରେ ଏକ ଐତିହାସିକ ବିଜୟ ହାସଲ କରିଥିଲେ। ସେ ଚାଇନାର କୋକ ଗୀତ ଏବଂ ଟାନ କିନ ଲିଆନଙ୍କ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲେ। କୋକ ୧୫.୨ ପ୍ରତିଶତ ଭୋଟ ଏବଂ ଟାନ ୧୩.୮୮ ପ୍ରତିଶତ ଭୋଟ ପାଇଛନ୍ତି। ଏଥି ସହିତ, ଶନମୁଗରତ୍ନମ ୭୦.୪ ପ୍ରତିଶତ ଅର୍ଥାତ୍‌ ୧୭ଲକ୍ଷ ୪୬ ହଜାର ୪୨୭ ଭୋଟ ପାଇଛନ୍ତି। ସୂଚନାଯୋଗ୍ୟ ସିଙ୍ଗାପୁରରେ ରାଷ୍ଟ୍ରପତି ପଦ ପାଇଁ ସେପ୍ଟେମ୍ବର ୧ରେ ଭୋଟ ଗ୍ରହଣ କରାଯାଇଥିଲା।
ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରି ଥର୍ମନ ମଧ୍ୟ ସେହି ଭାରତୀୟଙ୍କ ତାଲିକାରେ ଯୋଗ ଦେଇଛନ୍ତି ଯେଉଁମାନେ ସାରା ବିଶ୍ୱରେ ଭାରତର ଗୌରବକୁ ବଢାଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱ ରାଜନୀତିରେ ଭାରତୀୟମାନଙ୍କର ପ୍ରାଧାନ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆମେରିକା ଏବଂ ଇଂଲଣ୍ଡ ସମେତ ୧୫ ଟି ଦେଶରେ ନେତୃତ୍ୱ ଶ୍ରେଣୀରେ ୨୦୦ରୁ ଅଧିକ ଲୋକ ଅନ୍ତର୍ଭୁକ୍ତ। ସେଥିମଧ୍ୟରୁ ୬ ଟି କ୍ୟାବିନେଟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପଦବୀରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତକୁ ଚିଠି ଲେଖିଲା ବାଂଲାଦେଶ

ଢାକା,୨୩।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ଦାବିରେ ବାଂଲାଦେଶ ଭାରତକୁ ଏକ ଚିଠି ଲେଖିଛି। ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ତାହିଦ ହୁସେନ କହିଛନ୍ତି...

ଭାରତ ଉପରେ ବାଂଲାଦେଶର ଆଉ ଏକ ବଡ଼ ଅଭିଯୋଗ

ଢାକା/ନୂଆଦିଲ୍ଲୀ,୨୩।୧୨: ବାଂଲାଦେଶ କ୍ରମାଗତ ଭାବରେ ଭାରତ ଉପରେ ନୂଆ ଅଭିଯୋଗ କରୁଛି। ବର୍ତ୍ତମାନ ବାଂଲାଦେଶର ଏକ ଅନୁସନ୍ଧାନ କମିଶନ ଦେଶରୁ ଲୋକ ନିଖୋଜ ହେବାରେ ଭାରତର...

ରାଜନୀତିରୁ କାହିଁକି ଦୂରେଇ ଗଲେ ଇଭାଙ୍କା ଟ୍ରମ୍ପ, ନୂଆ ସରକାରରେ ସାମିଲ ନ ହେବାର କାରଣ ଜାଣନ୍ତୁ

ଓ୍ବାଶିଂଟନ,୨୩।୧୨: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ଝିଅ ଇଭାଙ୍କା ଟ୍ରମ୍ପ ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି। ଇଭାଙ୍କା ତାଙ୍କ ପିତା ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାରରେ...

୧୨ ବର୍ଷର ଛାତ୍ର ହେଲେ ଶିକ୍ଷୟିତ୍ରୀଙ୍କ ପିଲାର ପିତା! DNA ଖୋଲିଲା ରାଜ୍‌

ଓ୍ବାଶିଂଟନ,୨୩।୧୨: ଆମେରିକାର ଟେନେସି ରାଜ୍ୟରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଜଣେ ଟେନିସି ରାଜ୍ୟ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜଣେ ୧୨ ବର୍ଷର ବାଳକକୁ ବଳାତ୍କାର...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଦିନେ ଆମେରିକାର ରାଷ୍ଟ୍ରପତି ହେବେ ଏଲୋନ ମସ୍କ? ଏହି ପ୍ରଶ୍ନର ଏମିତି ଉତ୍ତର ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୩।୧୨: ନିକଟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକାର ରାଷ୍ଟ୍ରପତି ଭାବେ ନିର୍ବାଚିତ କରାଯାଇଛି, ସେ ମଧ୍ୟ ଖୁବ ଶୀଘ୍ର ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି।...

ଭାରତରୁ ପଙ୍ଗା ନେଲା ତ ଆମେରିକା ଶିଖାଇଲା ବୁଦ୍ଧି, ଏବେ ଚାଇନାର ନିଷ୍ପତ୍ତିକୁ ନେଇ ଅଡୁଆରେ ପଡିବେ ଟ୍ରୁଡୋ!

ଟରଣ୍ଟୋ,୨୩।୧୨: କାନାଡା ପାଇଁ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି, ଯାହା ଭାରତ ସହ ସମ୍ପର୍କକୁ ନଷ୍ଟ କରିସାରିଛି। ଏଥର ଏହି ପ୍ରସଙ୍ଗ ଚାଇନା...

ଗାଜାରେ ଏୟାରଷ୍ଟ୍ରାଇକ୍‌: ୨୦ ମୃତ

ଦେଇର ଅଲ୍‌-ବଲାହ,୨୩ା୧୨: ଇସ୍ରାଏଲୀ ସେନା ଶନିବାର ରାତିରୁ ଗାଜା ଷ୍ଟ୍ରିପ୍‌ ଉପରେ ଏୟାରଷ୍ଟ୍ରାଇକ୍‌ ଜାରି ରଖିଥିବାବେଳେ ଏଥିରେ ୫ ପିଲାଙ୍କ ସମେତ ଅନୂ୍ୟନ ୨୦ ଜଣ ପାଲେଷ୍ଟିନୀୟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri