ସିଙ୍ଗାପୁରରେ ଭାରତୀୟ ମୂଳ ବାସିନ୍ଦା ଯୁବକଙ୍କୁ ୧୦ ବର୍ଷ ଜେଲ

ସିଙ୍ଗାପୁର,୧୧।୭: ସିଙ୍ଗାପୁରରେ ଜଣେ ଭାରତୀୟ ମୂଳ ବାସିନ୍ଦା ଯୁବକଙ୍କୁ ୧୦ ବର୍ଷରୁ ଅଧିକ ଜେଲ ଦଣ୍ଡ ଦିଆଯାଇଛି। କେବଳ ସେତିକି ନୁହେଁ ତାଙ୍କ ଉପରେ ୪୦୦୦ ସିଙ୍ଗାପୁର ଡଲାର ଜରିମାନା ବି ଲଗାଯାଇଛି। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଜଣକ ହେଲେ ନିଖିଲ ଏମ ଦୁର୍ଗୁଡେ। ତାଙ୍କ ଉପରେ ଅଭିଯୋଗ ରହିଛି ଯେ ସେ ୨୦୨୦ରେ ଏକ ଚଢାଉ ସମୟରେ ପୋଲିସ ଅଧିକାରୀଙ୍କୁ ମାଡ ମାରିଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ନିଖିଲଙ୍କୁ ଗତ ମାସରେ ୮ଟି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ଅଭିଯୋଗଗୁଡିକ ମଧ୍ୟରେ ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟ ସମ୍ପାଦନରେ ବାଧା ଦେବା, ମାଦକ ଦ୍ରବ୍ୟ(ଭାଙ୍ଗ) ପାଖଷର ରଖିବା ଏବଂ ମିଥାମଫେଟାମାଇନ ସେବନ କରିବା ଆଦି ଅନ୍ତର୍ଭୁକ୍ତ। ରିପୋର୍ଟରେ ଦର୍ଶାଯାଇଛି ଯେ ଦଣ୍ଡବିଧାନ ପୂର୍ବରୁ ତାଙ୍କ ବିରୋଧରେ ଅନ୍ୟ ୧୫ ଟି ଅଭିଯୋଗ ମଧ୍ୟ ଶୁଣାଣି କରାଯାଇଥିଲା। ଚୋରି, ଠକେଇ ଏବଂ ଡ୍ରଗ୍ସ ସମ୍ବନ୍ଧୀୟ ଅପରାଧ ପାଇଁ ତାଙ୍କୁ ଅଗଷ୍ଟ୨୦୨୨ରେ ୩ବର୍ଷ ୧୦ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏଥି ସହିତ, ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟରୁ ନିବୃତ୍ତ କରିବା ପାଇଁ ସ୍ବେଚ୍ଛାକୃତ ଭାବେ କ୍ଷତି ପହଞ୍ଚାଇବା ଭଳି ତାଙ୍କର ଅନ୍ୟ ଅଭିଯୋଗ ବିଚାରାଧୀନ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଗର୍ଭନିରୋଧକ ଇଞ୍ଜେକ୍ସନ ପ୍ରସ୍ତୁତ କଲେ ବୈଜ୍ଞାନିକ: ସହଜରେ ଏଡ଼ାଇପାରିବେ ଗର୍ଭଧାରଣ

ନୂଆଦିଲ୍ଲୀ,୨୫।୩: ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (MIT)ର ବୈଜ୍ଞାନିକମାନେ ଏକ ନୂତନ ପ୍ରକାର ଇଞ୍ଜେକ୍ସନ ପ୍ରସ୍ତୁତ କରିଛନ୍ତି। ଏହାଦ୍ୱାରା ବିନା ଚିକିତ୍ସା ପ୍ରକ୍ରିୟା ଏବଂ ଔଷଧ...

ଗାଜାରେ ପୁଣି ବୋମା ବର୍ଷା କଲା ଇସ୍ରାଏଲ, ଏୟାର ଷ୍ଟ୍ରାଇକରେ ଅଲ ଜଜିରା ଖବରଦାତାଙ୍କ ମୃତ୍ୟୁ

ଜେରୁଜେଲମ,୨୫।୩: ସୋମବାର ଇସ୍ରାଏଲ ପୁଣି ଥରେ ଗାଜର ଉତ୍ତରରେ ଅବସ୍ଥିତ ବେଇଟ ଲାହିଆ ସହର ଉପରେ ବିମାନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଅଲ ଜଜିରା...

ଲିକ୍‌ ହେଲା ଟ୍ରମ୍ପଙ୍କ ଓ୍ବାର ପ୍ଲାନ! କେବେ ଆଉ କେଉଁଠି କରିବେ ଆକ୍ରମଣ ଜାଣନ୍ତୁ…

ଓ୍ବାଶିଂଟନ,୨୫।୩: ୟେମେନର ହୁତି ବିଦ୍ରୋହୀଙ୍କ ବିରୋଧରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଯୁଦ୍ଧ ଯୋଜନା ଲିକ ହୋଇଯାଇଛି। ସମ୍ପୂର୍ଣ୍ଣ ମାମଲା ପାଇଁ ଟ୍ରମ୍ପ ପ୍ରଶାସନକୁ ଦାୟୀ କରାଯାଉଛି।...

ସାରା ବିଶ୍ୱର ହୋସ୍‌ ଉଡାଇଲାଣି ଚାଇନା, କାଟିଦେବ ସବୁ ଇଣ୍ଟରନେଟ!

ବେଜିଂ,୨୫।୩: ଚାଇନା ସମ୍ପ୍ରତି ଏକ ଏପରି ଉପକରଣ ତିଆରି କରିଛି ଯାହା ପାଣି ତଳେ ସବୁଠାରୁ ଦୃଢ଼ ଯୋଗାଯୋଗ ଏବଂ ବିଦ୍ୟୁତ ତାରଗୁଡ଼ିକୁ କାଟି ପାରିବ।...

PoK ଖାଲି କର ନଚେତ୍‌ ଭୋଗିବ ପରିଣାମ: ପାକିସ୍ତାନକୁ ଧମକ ଦେଲା ଭାରତ

ନୂଆଦିଲ୍ଲୀ,୨୫।୩: ଜାତିସଂଘ (UN) ସୁରକ୍ଷା ପରିଷଦରେ ଭାରତ ପୁଣିଥରେ ପାକିସ୍ତାନକୁ ତାର କାର୍ଯ୍ୟକଳାପ ପାଇଁ ଘେରିଛି। ଶାନ୍ତି ବଜାୟ ରଖିବା ପ୍ରସଙ୍ଗରେ ଆଲୋଚନାବେଳେ ପାକିସ୍ତାନ ପୁଣି...

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ: ଭୟରେ ଲୋକେ ଦୌଡ଼ିଲେ

ଅକଲାଣ୍ଡ,୨୫।୩: ନ୍ୟୁଜିଲାଣ୍ଡର ରିଭରଟନ ଉପକୂଳରେ ମଙ୍ଗଳବାର ୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଏକ ପୋଷ୍ଟ ମାଧ୍ୟମରେ...

ପୁଟିନଙ୍କଠାରୁ ଦୂରେଇ ରୁହନ୍ତୁ, କେବେବି ଆରମ୍ଭ କରିପାରନ୍ତି ବିଶ୍ୱଯୁଦ୍ଧ, କିଏ ଦେଲେ ଏମିତି ଭବିଷ୍ୟବାଣୀ ଜାଣନ୍ତୁ…

ଲଣ୍ଡନ,୨୪।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରୟାସ ଚାଲିଛି। ଆମେରିକା ଏହି ଯୁଦ୍ଧକୁ ଶେଷ କରିବାକୁ ଚେଷ୍ଟା କରୁଛି। କିନ୍ତୁ...

ଟ୍ରମ୍ପଙ୍କ ପୂର୍ବତନ ବୋହୂଙ୍କ ସହିତ ସମ୍ପର୍କ ନିଶ୍ଚିତ କଲେ ଟାଇଗର ଉଡ୍ସ, ଆଗରୁ ୧୨୦ ଜଣ ମହିଳାଙ୍କ ସହିତ…

ନୂଆଦିଲ୍ଲୀ,୨୪।୩: ଟାଇଗର ଉଡ୍ସ ରବିବାର ସୋସିଆଲ ମିଡିଆରେ ଏକ ସଂକ୍ଷିପ୍ତ ପୋଷ୍ଟରେ ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ବୋହୂଙ୍କ ସହିତ ତାଙ୍କର ପ୍ରେମକୁ ନିଶ୍ଚିତ କରିବାର ଅସାଧାରଣ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image