Advertisement

ସିଙ୍ଗାପୁରରେ ଭାରତୀୟ ମୂଳ ବାସିନ୍ଦା ଯୁବକଙ୍କୁ ୧୦ ବର୍ଷ ଜେଲ

ସିଙ୍ଗାପୁର,୧୧।୭: ସିଙ୍ଗାପୁରରେ ଜଣେ ଭାରତୀୟ ମୂଳ ବାସିନ୍ଦା ଯୁବକଙ୍କୁ ୧୦ ବର୍ଷରୁ ଅଧିକ ଜେଲ ଦଣ୍ଡ ଦିଆଯାଇଛି। କେବଳ ସେତିକି ନୁହେଁ ତାଙ୍କ ଉପରେ ୪୦୦୦ ସିଙ୍ଗାପୁର ଡଲାର ଜରିମାନା ବି ଲଗାଯାଇଛି। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଜଣକ ହେଲେ ନିଖିଲ ଏମ ଦୁର୍ଗୁଡେ। ତାଙ୍କ ଉପରେ ଅଭିଯୋଗ ରହିଛି ଯେ ସେ ୨୦୨୦ରେ ଏକ ଚଢାଉ ସମୟରେ ପୋଲିସ ଅଧିକାରୀଙ୍କୁ ମାଡ ମାରିଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ନିଖିଲଙ୍କୁ ଗତ ମାସରେ ୮ଟି ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହି ଅଭିଯୋଗଗୁଡିକ ମଧ୍ୟରେ ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟ ସମ୍ପାଦନରେ ବାଧା ଦେବା, ମାଦକ ଦ୍ରବ୍ୟ(ଭାଙ୍ଗ) ପାଖଷର ରଖିବା ଏବଂ ମିଥାମଫେଟାମାଇନ ସେବନ କରିବା ଆଦି ଅନ୍ତର୍ଭୁକ୍ତ। ରିପୋର୍ଟରେ ଦର୍ଶାଯାଇଛି ଯେ ଦଣ୍ଡବିଧାନ ପୂର୍ବରୁ ତାଙ୍କ ବିରୋଧରେ ଅନ୍ୟ ୧୫ ଟି ଅଭିଯୋଗ ମଧ୍ୟ ଶୁଣାଣି କରାଯାଇଥିଲା। ଚୋରି, ଠକେଇ ଏବଂ ଡ୍ରଗ୍ସ ସମ୍ବନ୍ଧୀୟ ଅପରାଧ ପାଇଁ ତାଙ୍କୁ ଅଗଷ୍ଟ୨୦୨୨ରେ ୩ବର୍ଷ ୧୦ ମାସ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏଥି ସହିତ, ସରକାରୀ କର୍ମଚାରୀଙ୍କୁ ତାଙ୍କ କର୍ତ୍ତବ୍ୟରୁ ନିବୃତ୍ତ କରିବା ପାଇଁ ସ୍ବେଚ୍ଛାକୃତ ଭାବେ କ୍ଷତି ପହଞ୍ଚାଇବା ଭଳି ତାଙ୍କର ଅନ୍ୟ ଅଭିଯୋଗ ବିଚାରାଧୀନ ଅଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share