ଇଣ୍ଡିଆନ ପାନୋରାମା ୨୦୨୩ରେ ସାତଭାୟାର କାହାଣୀ: ଅଣ-ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଦ ସି ଆଣ୍ଡ ସେଭେନ ଭିଲେଜ’ ଚୟନ…

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୧୦: ଇଣ୍ଡିଆନ ପାନୋରାମା ୨୦୨୩, ୫୪ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ(ଆଇଏଫଏଫଆଇ) ପାଇଁ ଅଣ-ଫିଚର ବର୍ଗରେ ଓଡିଆ ଫିଲ୍ମ ‘ଦ ସି ଆଣ୍ଡ ସେଭେନ ଭିଲେଜ’କୁ ଚୟନ କରାଯାଇଛି। ଏହି ଓଡିଆ ଡକ୍ୟୁମେଣ୍ଟାରୀ ବିଶିଷ୍ଟ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ଦ୍ୱାରା ନିର୍ଦ୍ଦେଶିତ।

ଏହି ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ହିମାଂଶୁଙ୍କ ଦ୍ୱାରା କରାଯାଇଥିବା ଏକ ସମ୍ପୂର୍ଣ୍ଣ ଗବେଷଣା କାର୍ଯ୍ୟର ଫଳାଫଳ। ଜଳବାୟୁ ପରିବର୍ତ୍ତନ ଏବଂ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲାର ରାଜନଗର ତହସିଲ ଅନ୍ତର୍ଗତ ସାତଭାୟା ଉପରେ ଏହାର ପ୍ରଭାବ ବିଷୟରେ ନିର୍ଦ୍ଦେଶକ ତଥ୍ୟ ସମ୍ବଳିତ ଫିଲ୍ମାଙ୍କନ କରିଛନ୍ତି।

ଡକ୍ୟୁମେଣ୍ଟାରୀରେ ସାତଭାୟା ଗାଁର ବାସିନ୍ଦାଙ୍କ ଜୀବନ ଏବଂ ସଂଘର୍ଷ ଚିତ୍ରିତ ହୋଇଛି। ଏହାର ପ୍ରଡ୍ୟୁସର ଇତି ସାମନ୍ତ ଥିବାବେଳେ କାଦମ୍ବିନୀ ମିଡିଆ ବ୍ୟାନରରେ ଅଚ୍ୟୁତା ସାମନ୍ତଙ୍କ ଦ୍ୱାରା ଏହା ଉପସ୍ଥାପିତ ହୋଇଛି ।

ଏହା ପୂର୍ବରୁ କେରଳରେ ଅନୁଷ୍ଠିତ ହୋଇଥିବା ୧୫ତମ ଅନ୍ତର୍ଜାତୀୟ ଡକ୍ୟୁମେଣ୍ଟାରୀ ଏବଂ କ୍ଷୁଦ୍ର ଫିଲ୍ମ ଊତ୍ସବ(ଆଇଡିଏସଏଫଏଫକେ)ରେ ପ୍ରଦର୍ଶିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ସାତଭାୟ ଏକଦା ସାତୋଟି ଗାଁର ଏକ ମିଳିତ ଅଞ୍ଚଳ ଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହୋଇଥିବା ଏହି ଅଞ୍ଚଳର ପାଞ୍ଚଟି ଗାଁ ସମୟ ସହିତ ଧୋଇ ହୋଇ ଯାଇଛି।

 

Share