ନୂଆଦିଲ୍ଲୀ,୨୦।୧୨: ଭାରତୀୟଙ୍କ ପାଇଁ ପାସପୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ବିଦେଶ ଯାତ୍ରା କିମ୍ବା ଅନ୍ୟାନ୍ୟ ଦରକାରୀ କାମ ପାଇଁ ପାର୍ସପୋର୍ଟ ଲୋଡା ପଡେ। ବର୍ତ୍ତମାନ ପ୍ରଚଳିତ ହେଉଥିବା ପାର୍ସପୋର୍ଟ କିନ୍ତୁ ପୂର୍ବ ଭଳି ନ ଥିଲା। ତେବେ ୯୫ ବର୍ଷ ପୂର୍ବେ ଭାରତର ପାସପୋର୍ଟ କିପରି ଦେଖାଯାଉଥିଲା ଜାଣନ୍ତି କି? ନିକଟରେ ବ୍ରିଟିଶ ରାଜ ସମୟରେ ଆମ ପାସପୋର୍ଟ କିପରି ଦେଖାଯାଉଥିଲା ତାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ବାଧୀନ ହୋଇଥିଲା। ଏହା ପୂର୍ବରୁ ଦେଶରେ ବ୍ରିଟିଶଙ୍କ ଆଧିପତ୍ୟ ଚାଲିଥିଲା। ତେବେ ସେହି ସମୟର ଭାଇରାଲ ହେଇଥିବା ପାର୍ସପୋର୍ଟ ଏବେ ଠାରୁ ଟିକେ ଅଲଗା। ପାର୍ସପୋର୍ଟ ଉପରେ ବ୍ରିଟିଶ ଇଣ୍ଡିଆନ ପାସପୋର୍ଟ ଲେଖା ହୋଇଛି ଏବଂ ଏଥିରେ ବ୍ରିଟିଶ ସରକାରଙ୍କ ପ୍ରତୀକ ରହିଛି। ଭାଇରାଲ ହୋଇଥିବା ପାସପୋର୍ଟଟି ୧୯୨୮-୩୮ମସିହାର। ଏହି ପାର୍ସପୋର୍ଟଟି ବ୍ରିଟିଶ ସରକାରଙ୍କ ଅଧିନରେ କିରାଣୀ ଭାବରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କର। ଯାହାଙ୍କ ନାମ ସୟଦ ମହମ୍ମଦ ଖଲିଲ ରେହମାନ ଶାହା। ସେହି ବ୍ୟକ୍ତିଙ୍କ ଫଟୋ ମଧ୍ୟ ପାସପୋର୍ଟରେ ରହିଛି। ସୟଦ ସେ ସମୟର ପୋଷାକ ପିନ୍ଧିଥିବାର ପାର୍ସପୋର୍ଟରେ ଦେଖାଯାଇଛି।