Categories: ଖେଳ

କଳା ବ୍ୟାଣ୍ଡ୍‌ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି: ଜାଣନ୍ତୁ କ’ଣ ରହିଛି କାରଣ

ଲକ୍ଷ୍ନୌ,୨୯।୧୦: ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିଶ୍ୱକପର ୨୯ତମ ମ୍ୟାଚ୍‌ ଖେଳାଯାଉଛି। ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆର ସମସ୍ତ ଖେଳାଳି କଳା ବ୍ୟାଣ୍ଡ୍‌ ପିନ୍ଧି ପଡ଼ିଆକୁ ଆସିଛନ୍ତି। ପୂର୍ବତନ କିମ୍ବଦନ୍ତୀ କ୍ରିକେଟର ସ୍ବର୍ଗତ ବିଶ୍ୱ ସିଂ ବେଦିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଦେଶ୍ୟରେ କଳା ବ୍ୟାଣ୍ଡ୍‌ ପିନ୍ଧିଛନ୍ତି।
ଅକ୍ଟୋବର ୨୩ରେ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ଦେହାନ୍ତ ହୋଇଛି। ଏହି ମହାନ ଭାରତୀୟ କ୍ରିକେଟରଙ୍କୁ ମନେ ରଖିବା ଏବଂ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଟିମ ଇଣ୍ଡିଆର ଖେଳାଳିମାନେ ବାହୁରେ କଳା ବ୍ୟାଣ୍ଡ ପିନ୍ଧିଛନ୍ତି। ବିସିସିଆଇ ଏହାର ଟୁଇଟର ହ୍ୟାଣ୍ଡେଲ ମାଧ୍ୟମରେ ମଧ୍ୟ ଏହି ସୂଚନା ଦେଇଛି।
ଏହି ବିଶ୍ୱକପ ଉଭୟ ଭାରତ ଏବଂ ଇଂଲଣ୍ଡ ଦଳ ପାଇଁ ଷଷ୍ଠ ମ୍ୟାଚ। ଭାରତ ଏହାର ସମସ୍ତ ପାଞ୍ଚଟି ମ୍ୟାଚ ଜିତିବା ପରେ ପଡ଼ିଆରେ ପ୍ରବେଶ କରିଥିବାବେଳେ ଏପର୍ଯ୍ୟନ୍ତ କେବଳ ଗୋଟିଏ ମ୍ୟାଚ୍ରେ ଇଂଲଣ୍ଡ ବିଜୟର ସ୍ବାଦ ପାଇବାର ସୁଯୋଗ ପାଇଛି।

Share