Categories: ଖେଳ

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅନୁଭୂତି ବାଣ୍ଟିଲେ ଭାରତୀୟ ଖେଳାଳି: ପିଚ୍‌ ମାଟି ଖାଇବାର ରହସ୍ୟ କହିଲେ ହିଟ୍‌ମ୍ୟାନ

ନୂଆଦିଲ୍ଲୀ,୫ା୭: ଟି୨୦ କ୍ରିକେଟ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳ ଗୁରୁବାର ପହଞ୍ଚିବା ପରେ ମୁମ୍ବାଇରେ ବିଜୟ ପରେଡ୍‌ ହୋଇଥିଲା। ପରେ ଓ୍ବାଙ୍ଖଡେ ଷ୍ଟାଡିୟମରେ ରୋହିତ ଶର୍ମାଙ୍କ ଦଳକୁ ୧୨୫ କୋଟି ଟଙ୍କାର ଚେକ୍‌ ଦିଆଯାଇ ସମ୍ବର୍ଦ୍ଧିତ କରା ଯାଇଥିଲା। ମୁମ୍ବାଇରେ ପହଞ୍ଚିବା ପୂର୍ବରୁ ଟିମ ଇଣ୍ଡିଆ ବାର୍ବଡସରୁ ସିଧା ଦିଲ୍ଲୀରେ ଅବତରଣ କରିଥିଲା। ସେଠାରେ ଟିମର ସଦସ୍ୟମାନେ ନିଜ ପରିବାର ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥିଲେ।

ବିଶ୍ୱ ବିଜେତା ଦଳର ସଦସ୍ୟମାନଙ୍କ ପାଇଁ ମୋଦି ବ୍ରେକଫାଷ୍ଟର ଆୟୋଜନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସବୁ ଖେଳାଳି ଓ ମୁଖ୍ୟ କୋଚ ରାହୁଲ ଡ୍ରାଭିଡଙ୍କ ସହ କିଛି ସମୟ କଥାବାର୍ତ୍ତା ହୋଇଥିଲେ। ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ମାଟିର ସ୍ବାଦ ସମ୍ପର୍କରେ ପ୍ରଶ୍ନ କରିଥିଲେ। ମାଟିର ସ୍ବାଦ କେମିତି ବୋଲି ମୋଦି ତାଙ୍କୁ ପଚାରିଥିଲେ।

ବାର୍ବଡସରେ ଭାରତ ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ ଜିତିଥିଲା। ସେହିପରି ଦଳ ୧୧ ବର୍ଷପରେ କୌଣସି ଆଇସିସି ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା। ତେଣୁ ଏହି ଐତିହାସିକ ବିଜୟକୁ ସ୍ମରଣୀୟ କରିବାକୁ ପିଚ୍‌ ମାଟି ଆଣି ଖାଇ ଥିବା ଅଧିନାୟକ ରୋହିତ କହିଥିଲେ। ଏହି ଭିଡିଓ ବେଶ ଭାଇରାଲ ହୋଇଥିଲା।

Share