Categories: ଖେଳ

ଉର୍ବଶୀଙ୍କୁ ମିଳିଲା ୨ ଡବ୍ଲ୍ୟୁବିସି ଟାଇଟଲ

ନୂଆଦିଲ୍ଲୀ,୨୮ା୧୧: ଭାରତୀୟ ମହିଳା ବକ୍ସର ଉର୍ବଶୀ ସିଂଙ୍କୁ ମିଳିଛି ବଡ଼ ସଫଳତା। ସେ ୨ ଡବ୍ଲ୍ୟୁବିସି ଟାଇଟଲ ହାସଲ କରିଛନ୍ତି। କଲମ୍ବୋରେ ଅନୁଷ୍ଟିତ ୧୦ ରାଉଣ୍ଡବିଶିଷ୍ଟ ମୁକାବିଲାରେ ଥାଇଲାଣ୍ଡ ନ୍ୟାଶନାଲ ଚାମ୍ପିୟନ ଥାନଚାନୋକ ଫାନାନଙ୍କୁ ପରାସ୍ତ କରି ଡବ୍ଲ୍ୟୁବିସି ଇଣ୍ଟରନ୍ୟାଶନାଲ ସୁପର ବ୍ୟାଣ୍ଟମଓ୍ବେଟ୍‌ ଟାଇଟଲ ସହିତ ଡବ୍ଲ୍ୟୁବିସି ଏସିଆ ରୌପ୍ୟ ମୁକୁଟ ହାସଲ କରିଛନ୍ତି ଉର୍ବଶୀ। ଏହାଦ୍ୱାରା ସେ ବର୍ତ୍ତମାନ ଡବ୍ଲ୍ୟୁବିସି ଏସିଆ କଣ୍ଟିନେଣ୍ଟାଲ ଓ ଇଣ୍ଟରନ୍ୟାଶନାଲ ଚାମ୍ପିୟନ ହୋଇପାରିଛନ୍ତି।

Share