Categories: ଜାତୀୟ

ଏକ ଘରୋଇ ସ୍କୁଲ୍‌କୁ ବୋମା ଧମକ

ନୂଆଦିଲ୍ଲୀ,୨୮।୧୧: ରାଜଧାନୀ ଦିଲ୍ଲୀରୁ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ଏକ ସ୍କୁଲକୁ ବୋମାରେ ଉଡାଇଦେବାକୁ ଧମକ ମିଳିଛି। ଆଉ ଏ ଧମକ ସ୍କୁଲର ଇମେଲ ଜରିଆରେ ଦିଆଯାଇଛି। ଏହାପରେ ସ୍କୁଲ ପ୍ରଶାସନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ସୂଚନାଯୋଗ୍ୟ, ଦକ୍ଷିଣ ଦିଲ୍ଲୀର ସାଦିକ୍‌ ନଗରରେ ଥିବା ଇଣ୍ଡିଆନ୍‌ ପବ୍ଲିକ୍‌ ସ୍କୁଲର ଇମେଲ୍‌ ଆଇଡିକୁ ସୋମବାର ଦିନ ୧ଟା ୧୯ରେ ଏକ ଇମେଲ ଆସିଥିଲା। ଏଥିରେ ସ୍କୁଲ ପରିସରରେ ବିସ୍ଫୋରଣ ଲାଗି ବୋମା ଖଞ୍ଜାଯାଇଥିବା ଧମକ ଦିଆଯାଇଥିଲା। ଇଣ୍ଡିଆନ୍‌ ପବ୍ଲିକ୍‌ ସ୍କୁଲ୍‌ରେ ବୋମା ସ୍କୁଲ୍‌ କର୍ତ୍ତୃପକ୍ଷ ପୋଲିସକୁ ଜଣାଇବା ପରେ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍‌, ଡଗ୍‌ ସ୍କ୍ବାଡ୍‌ ଏବଂ ପୋଲିସ ଟିମ୍‌ ପହଞ୍ଚି ଯାଞ୍ଚ କରିଥିଲେ। ତେବେ ପୋଲିସର ଖାନତଲାସି ପରେ କୌଣସି ବୋମା ମିଳି ନ ଥିବା ଡିସିପି (ଦକ୍ଷିଣ) ଚନ୍ଦନ ଚୌଧରୀ କହିଛନ୍ତି। ଅନ୍ୟପଟେ ସାଇବର ଟିମ୍‌ ଏହି ଘଟଣାରେ ସ୍କୁଲର ଇ-ମେଲ୍‌ ଯାଞ୍ଚ କରୁଥିବା ସୂଚନା ମିଳିଛି।

Share