Categories: ଜାତୀୟ

ପୁରୁଣା ଟିକେଟ ଦାମରେ ଚାଲିବ ୧୭୦୦ ଟ୍ରେନ୍‌, ବନ୍ଦ ହେବ ଜେନରାଲ ଟିକେଟ

ନୂଆଦିଲ୍ଲୀ,୧୩ ।୧୧: କରୋନା ମହାମାରୀ ଯୋଗୁ ରେଗୁଲାର ଟ୍ରେନ୍ ବନ୍ଦ କରାଯାଇ କିଛି ସ୍ପେଶାଲ ଟ୍ରେନ୍ ଚାଲୁ କରାଯାଇଥିଲା । ଏବେ ପୁଣିଥରେ ସେସବୁ ରେଗୁଲାର ଟ୍ରେନ୍ ମଧ୍ୟରୁ ୧୭୦୦ଟ୍ରେନକୁ ଚଲାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । କରୋନା ନିୟନ୍ତ୍ରଣରେ ଥିବାରୁ ରେଳ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । କିଛିଦିନ ମଧ୍ୟରେ ଏହି ଟ୍ରେନ୍ ଚଳାଚଳ ଆରମ୍ଭ କରି ଦିଆଯିବ । ଏହାପାଇଁ ପ୍ରିକୋଭିଡ ଦାମ ଲାଗୁ କରାଯିବ । ଅର୍ଥାତ୍ ଏବେ ସ୍ପେଶାଲ ଟ୍ରେନ୍ ଟିକଟର ଦାମ ବଦଳି ଯାଇ ପୂର୍ବଭଳି ରେଗୁଲାର ଟ୍ରେନ୍ ଟିକେଟର ଦାମ୍ ଦେବାକୁ ପଡିବ । ଏହାସହ ଜେନରାଲ ଟିକେଟ ରହିବ ନାହିଁ । କେବଳ ରିଜର୍ଭ ଓ ୱେଟିଂ ଟିକେଟଧାରୀଙ୍କୁ ଯାତ୍ରା କରିବାର ସୁବିଧା ମିଳିବ । ଜେନରାଲ ଟିକେଟ ବନ୍ଦ କରି ଦିଆଯିବ । ପୂର୍ବରୁ ବୁକ୍ କରାଯାଇଥିବା ଟିକେଟ ପାଇଁ ଅଧିକ ଦେୟ ଦେବାକୁ ପଡିବ ନାହିଁ କି କିଛି ଟଙ୍କା ଫେରସ୍ତ ଦିଆଯିବ ନାହିଁ ।

Share