ଅବସର ନେଇଥିବା କର୍ମଚାରୀଙ୍କୁ ପୁଣି ଚାକିରିରେ ରଖିବ Indian Railway , ଜାଣନ୍ତୁ କେଉଁ ପଦ ପଦବୀରେ ହେବ ନିଯୁକ୍ତି

ନୂଆଦିଲ୍ଲୀ,୩୦।୮: ଭାରତୀୟ ରେଳବାଇ ବୋର୍ଡ ଅବସରପ୍ରାପ୍ତ ରେଳ ଅଧିକାରୀଙ୍କୁ ପୁନଃ ନିଯୁକ୍ତି କରିବାକୁ ଅନୁମୋଦନ କରିଛି। ଅଗଷ୍ଟ ୨୯ରେ ସମସ୍ତ ଆଞ୍ଚଳିକ ରେଳବାଇ ଏବଂ ସରକାରୀ କ୍ଷେତ୍ରକୁ ପଠାଯାଇଥିବା ଏକ ସର୍କୁଲାରରେ ବୋର୍ଡ କହିଛି ଯେ, ଅବସରପ୍ରାପ୍ତ ରେଳ ଅଧିକାରୀଙ୍କ ପୁନଃ ନିଯୁକ୍ତି କରାଯିବ। ଏହା ୨୦୨୬ ଡିସେମ୍ବର ୩୧ ଯାଏଁ ବୈଧ ରହିବ।

ଏଥିରେ କୁହାଯାଇଛି, ଗେଜେଟେଡ ଅଫିସରଙ୍କ ଖାଲି ପଦବୀ ଯୋଗୁଁ ଜୋନାଲ ରେଳବାଇର ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ବୋର୍ଡ, ଅବସରପ୍ରାପ୍ତ ରେଳ ଅଧିକାରୀଙ୍କୁ ପରାମର୍ଶଦାତା ଭାବରେ ପୁନଃ ନିଯୁକ୍ତିକୁ ଅନୁମୋଦନ କରିଛି ।

ସର୍କୁଲାରରେ ଅବସରପ୍ରାପ୍ତ ରେଳ ଅଧିକାରୀଙ୍କୁ ସେବାକୁ ଫେରାଇ ଆଣିବା ପାଇଁ ଜେନେରାଲ ମ୍ୟାନେଜରମାନଙ୍କୁ ଅଧିକାର ଦିଆଯାଇଛି ଏବଂ ଏଥିପାଇଁ ୧୬ଟି ସର୍ତ୍ତ ରଖାଯାଇଛି। ବୋର୍ଡ ଏଥିପାଇଁ ସର୍ବାଧିକ ବୟସ ସୀମା ୬୫ ବର୍ଷରେ ସ୍ଥିର କରିଛି। ଏଥିସହ ଏହା ମଧ୍ୟ କୁହାଯାଇଛି ଯେ ପରାମର୍ଶଦାତା ନିଯୁକ୍ତି ପୁନଃ-ନିଯୁକ୍ତି ପ୍ରସଙ୍ଗ ଭାବରେ ବିବେଚନା କରାଯିବ ନାହିଁ।

କର୍ମଚାରୀମାନେ ପ୍ରତିମାସରେ ୧.୫ ପେଡ୍‌ ଲିଭ୍‌ ପାଇବେ। କିନ୍ତୁ ଏହି ପଦବୀଗୁଡିକରେ କର୍ମଚାରୀମାନେ ସ୍ଥାନାନ୍ତର କରିପାରିବେ ନାହିଁ କି ଜମା କରିପାରିବେ ନାହିଁ। ଏହା ବ୍ୟତୀତ ଚୁକ୍ତିନାମା ସମାପ୍ତ ହେବା ପରେ ଏହି ଛୁଟି ବଦଳରେ କୌଣସି ପେମେଣ୍ଟ କରାଯିବ ନାହିଁ।

ସର୍କୁଲାରରେ ଏହା ମଧ୍ୟ କୁହାଯାଇଛି ଯେ, ପୁନଃ ନିଯୁକ୍ତ ଅବସରପ୍ରାପ୍ତ ଅଧିକାରୀମାନେ HRA ଏବଂ ସରକାରୀ ଆବାସ ମିଳିବ ନାହିଁ। ତଥାପି, ସେମାନଙ୍କୁ ଘରଠାରୁ ଅଫିସ ଏବଂ ଅଫିସରୁ ଘରକୁ ଯିବା ପାଇଁ ପରିବହନ ଭତ୍ତା ଦିଆଯିବ, କିନ୍ତୁ ଅବସର ପରେ ଏହି ଭତ୍ତା ଅଧିକାରୀଙ୍କ ସହିତ ସମାନ ରହିବ। ନିଯୁକ୍ତି ସମୟରେ ସ୍ଥିର ହୋଇଥିବା ଦରମା ଚୁକ୍ତି ସମୟରେ ସମାନ ରହିବ। ପରାମର୍ଶଦାତା ଭାବରେ ନିଯୁକ୍ତ କର୍ମଚାରୀମାନେ ପରାମର୍ଶଦାତା ଭାବରେ କାର୍ଯ୍ୟ କରିବେ, ସେମାନଙ୍କୁ ଅଫିସ ଟୁର୍‌ ପାଇଁ TA / DA ମଧ୍ୟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଖୋଜ, ଅପହରଣ ନା ପ୍ରଚାର…ହାସ୍ୟ ଅଭିନେତା ସୁନୀଲ ପାଲ ନିଖୋଜ ନେଇ ଥାନାରେ ପତ୍ନୀ

ମୁମ୍ବାଇ,୩।୧୨: ଅଭିନେତା ତଥା ଲୋକପ୍ରିୟ କମେଡିଆନ୍‌ ସୁନୀଲ ପାଲଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ସେ ନିଖୋଜ ଥିବା ନେଇ ପତ୍ନୀ ସାନ୍ତାକ୍ରୁଜ୍‌...

ଏବେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ଯୋଡ଼ି ପାରିବେ ୪ ନୋମିନି, ଲୋକ ସଭାରେ ପାରିତ ହେଲା ବିଲ୍‌

ନୂଆଦିଲ୍ଲୀ, ୩।୧୨: ଲୋକ ସଭାରେ ମଙ୍ଗଳବାର ବ୍ୟାଙ୍କିଂ ଆଇନ୍‌ ସଂଶୋଧନ ବିଲ୍‌ ପାରିତ ହୋଇଛି। ଏହି ବିଲ୍‌ରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ୪ ନୋମିନି ଯୋଡ଼ିବାର...

କାହିଁକି ରାଜନୀତି, କାହିଁକି ଆପ୍‌? ଶିକ୍ଷକରୁ ନେତା ହୋଇଥିବା ଅବଧ କହିଲେ…

ନୂଆଦିଲ୍ଲୀ,୩।୧୨: ଆସନ୍ତା ବର୍ଷ ଦିଲ୍ଲୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୟୁପିଏସ୍‌ସିର ଖ୍ୟାତନାମା ଶିକ୍ଷକ ଅବଧ ଓଝା ରାଜନୀତିରେ ଏଣ୍ଟ୍ରି କରିଛନ୍ତି। ଦିନକ ପୂର୍ବରୁ...

ପିଏମ ଇନର୍ଟନଶିପ୍‌ ଯୋଜନାକୁ ନେଇ ବଡ଼ ଘୋଷଣା, ବୟସସୀମାରେ ହେଲା ବଡ଼ ପରିବର୍ତ୍ତନ, ମାସକୁ ମିଳିବ…

ନୂଆଦିଲ୍ଲୀ,୩।୧୨: ଉଦ୍‌ଘାଟନ ପୂର୍ବରୁ ସ୍ଥଗିତ ହେଲା ପିଏମ ଇନର୍ଟନଶିପ୍‌ ଯୋଜନା। ୫ ବର୍ଷରେ ୧ କୋଟି ଯୁବପିଢିଙ୍କୁ ଦେଶର ଶ୍ରେଷ୍ଠ ୫୦୦ କମ୍ପାନିରେ ଇନର୍ଟନଶିପ ଦେବା...

ମେଣ୍ଟକୁ ଶିନ୍ଦେ କହିଦେବେ ନମସ୍କାର! ଓଲଟିଗଲା ଆକଳନ…

ମୁମ୍ବାଇ,୩।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣାକୁ ୧୧ ଦିନ ବିତିଲାଣି, ଏହା ସତ୍ତ୍ୱେ ମହାୟୁତି ମେଣ୍ଟ ଏପର୍ଯ୍ୟନ୍ତ ସରକାର ଗଠନ କରିପାରୁ ନାହିଁ। ରାଜ୍ୟରେ...

ଶିନ୍ଦେ ରଚିଲେ ଚକ୍ରବ୍ୟୁହ, ଫସିଯିବ ଭାଜପା!

ମୁମ୍ବାଇ,୩।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ଜାରି ରହିଛି। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ରଖିଥିବା ଶିବସେନା...

ମହାରାଷ୍ଟ୍ରରେ ଚାଲିଛି ମୂଷା ବିଲେଇ ଖେଳ: ବିରୋଧୀ

ମୁମ୍ବାଇ,୩।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତୀ ଏକ ବଡ଼ ବିଜୟ ହାସଲ କରିଛନ୍ତି। ପ୍ରକାଶ ଥାଉକି, ଏକ ସପ୍ତାହରୁ ଅଧିକ ସମୟ ହେବ ନିର୍ବାଚନ ଫଳାଫଳ...

ବିଗିଡିଲା ଏକନାଥ ଶିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା: ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୩।୧୨:ମହାରାଷ୍ଟ୍ରର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ତାଙ୍କୁ ଠାଣେର ଜୁପିଟର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ଯାଞ୍ଚ କରାଇ ନେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri