Categories: Uncategorized

ଭାରତୀୟ ରେଲ୍‌ଓ୍ବେ ଇତିହାସରେ ପ୍ରଥମ ଥର: ଟ୍ରେନରେ ବାଂଲାଦେଶ ପଠାଗଲା ୧୦୦ ଟ୍ରାକ୍ଟର

ନୂଆଦିଲ୍ଲୀ, ୩।୯: ପ୍ରଥମ ଥର ଲାଗି ଟ୍ରେନ ମାଧ୍ୟମରେ ୧୦୦ ଟ୍ରାକ୍ଟର ବାଂଲାଦେଶକୁ ପଠାଇ ଭାରତୀୟ ରେଲ୍‌ଓ୍ବେ ଇତିହାସ ରଚିଛି। ରେଳମନ୍ତ୍ରୀ ପିୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ଟୁଇଟ୍‌ ମାଧ୍ୟମରେ ସୂଚନା ଦେଇ ଗୋୟଲ କହିଛନ୍ତି, ଉତ୍ତର ପ୍ରଦେଶର ଦାଦ୍ରିରେ କଣ୍ଟେନର ଡିପୋରେ ୧୦୦ଟି ଟ୍ରାକ୍ଟର ଟ୍ରେନରେ ଲୋଡ୍‌ ହୋଇଛି। ଏହାକୁ ବାଂଲାଦେଶର ବେନାପୋଲ୍‌ ସହରକୁ ପଠାଯାଇଛି।

ଉତ୍ତର କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ କହିଛନ୍ତି, ‘୨୫ ଓ୍ବାଗନ ମାଲବାହୀ ଟ୍ରେନରେ ନ୍ୟୁ ହଲାଣ୍ଡ କମ୍ପାନୀର ୧୦୦ ଟ୍ରାକ୍ଟର ବାଂଲାଦେଶକୁ ରପ୍ତାନୀ ହୋଇଛି। ଏହି ମାଲବାହୀରୁ ବୋର୍ଡକୁ ୧୭ ଲକ୍ଷ ୬୮ ହଜାର ୧୫୦ ଟଙ୍କା ଆୟ କରିବ।’ ଏହା କେବଳ ରେଳବାଇ ଲାଗି ନୁହେଁ ବରଂ ସମଗ୍ର ଦେଶ ପାଇଁ ଏକ ସଫଳତା ବୋଲି ରେଳମନ୍ତ୍ରୀ କହିଛନ୍ତି।