ଚାଇନାକୁ ପୁଣି ବଡ଼ ଝଟ୍‌କା ଦେଲା ଭାରତୀୟ ରେଲଓ୍ବେ

ନୂଆଦିଲ୍ଲୀ, ୨୨।୮: ଚାଇନାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିବାରେ ଲାଗିଛି। ଏବେ ଭାରତୀୟ ରେଲଓ୍ବେ ପୁଣି ଏକ ବଡ଼ ଝଟ୍‌କା ଚାଇନାକୁ ଦେଇଛି। ଭାରତୀୟ ରେଲଓ୍ବେ ପକ୍ଷରୁ ୪୪ଟି ସେମି ହାଇସ୍ପିଡ୍‌ ବନ୍ଦେ ଭାରତ ଟ୍ରେନ୍‌ ନିର୍ମାଣ ଠିକାକୁ ରଦ୍ଦ କରାଯାଇଛି। ଗତବର୍ଷ ଏହି ଠିକା ପାଇଁ ଟେଣ୍ଡର ଜାରି ହୋଇଥିଲା। ଏଥିରେ ଚାଇନା ସହିତ ମିଳିତ ଭାବେ କାର୍ଯ୍ୟ କରୁଥିବା ଜେବି କମ୍ପାନୀକୁ ଠିକା ମିଳିଥିଲା। ତେବେ ଲଦାଖର ଗଲଓ୍ବାନ ଘାଟିରେ ହୋଇଥିବା ବିବାଦକୁ ଦୃଷ୍ଟିରେ ରଖି ଏହି ଠିକାକୁ ରଦ୍ଦ କରି ଦିଆଯାଇଛି। ଖୁବ୍‌ଶୀଘ୍ର ନୂଆ ଟେଣ୍ଡର ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଭାରତୀୟ ରେଲଓ୍ବେ ପକ୍ଷରୁ କୁହାଯାଇଛି।

Share