Categories: ଜାତୀୟ

କୁମ୍ଭ ମେଳା ପାଇଁ ଚାଲିବ ୮ଶହରୁ ଅଧିକ ସ୍ପେଶାଲ ଟ୍ରେନ

ନୂଆଦିଲ୍ଲୀ,୧୮।୬: କୁମ୍ଭମେଳା ପାଇଁ ରେଲଓ୍ବେର ପ୍ରସ୍ତୁତି ବର୍ତ୍ତମାନଠାରୁ ଆରମ୍ଭ ହୋଇଛି। ଯାତ୍ରୀ ଆଣିବା ଏବଂ ନେବା ପାଇଁ ରେଲଓ୍ବେ ମଧ୍ୟ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ଯୋଜନା କରିଛି। ଦେଶର କୋଣ ଅନୁକୋଣରୁ କୁମ୍ଭମେଳାକୁ ଯାତ୍ରୀଙ୍କୁ ନେବା ପାଇଁ ୮୦୦ରୁ ଅଧିକ ସ୍ବତନ୍ତ୍ର ଟ୍ରେନ ଚଳାଇବାକୁ ଯୋଜନା କରାଯାଇଛି।

ଶନିବାର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀର ନିୟନ୍ତ୍ରଣ କାର୍ଯ୍ୟାଳୟ ଯାଞ୍ଚ କରିଛନ୍ତି। ସେ କୁମ୍ଭ ମେଳାର ବ୍ୟବସ୍ଥା ସମ୍ପର୍କରେ ରେଳ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ। ରେଳମନ୍ତ୍ରୀ କହିଛନ୍ତି ଯେ ଜାନୁୟାରୀ ୨୦୨୫ର ୬ଟି ମୁଖ୍ୟ ସ୍ନାନ ଦିନ ପାଇଁ ୮୦୦ରୁ ଅଧିକ ମେଳା ସ୍ପେଶାଲ ଟ୍ରେନ ଚଳାଚଳ କରିବ।

୧୫କୋଟିରୁ ଅଧିକ ତୀର୍ଥଯାତ୍ରୀ କୁମ୍ଭମେଳା ୨୦୨୫ରେ ଏକଜୁଟ ହେବେ ବୋଲି ଆଶା କରାଯାଉଛି। ବିଭିନ୍ନ କାର୍ଯ୍ୟ ପାଇଁ ଆରଓବି/ଆରୟୁବି ଏବଂ ଏନଆର, ଏନସିଆର ଓ ଏନଇଆର, ଦ୍ୱାରା ଯାତ୍ରୀ ସୁବିଧା ପାଇଁ ୮୩୭କୋଟି ଟଙ୍କା ଅନୁମୋଦନ କରାଯାଇଛି । ଏଥିସହ ତୀର୍ଥଯାତ୍ରୀଙ୍କ ଯାତାୟାତ ସମସ୍ୟାର ମୁକାବିଲା ପାଇଁ ଏନସିଆର, ଏନଆର ଏବଂ ଏନଆର ମୋଟ ୯ଟି ଷ୍ଟେସନ ଯୋଜନା କରାଯାଇଛି।

Share