Categories: ଜାତୀୟ

ପାନଛେପ ପାଇଁ ଖର୍ଚ୍ଚ ହେଉଛି ୧୨ ହଜାର କୋଟି

ନୂଆଦିଲ୍ଲୀ: ଯାତ୍ରୀଙ୍କ ଭୁଲ ପାଇଁ ରେଳ ବିଭାଗର ବର୍ଷକୁ ପ୍ରାୟ ୧୨ ହଜାର କୋଟି ଟଙ୍କା ଅଯଥା ନଷ୍ଟ ହେଉଛି। ଟ୍ରେନରେ ପାନ, ଗୁଟ୍‌ଖାର ଛେପ ଆଦି ନ ପକାଇବାକୁ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ହେଲେ କେତେକ ଅମାନିଆ ଏହାକୁ ମାନୁନାହାନ୍ତି। କେବଳ ଟଙ୍କା ନୁହେଁ ପରିଷ୍କାର କରିବାକୁ ପାଣି ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ୁଛି। ସ୍ବଚ୍ଛ ଭାରତ ଅଭିଯାନ ଓ କରୋନା କଟକଣାରେ ପରିବେଶ ପରଷ୍କାାର ପାଇଁ ଅନେକ ଚେଷ୍ଟା ଚାଲିଥିଲେ ମଧ୍ୟ ଲୋକମାନେ ସଚେତନ ନଥିବା ଏହା ପ୍ରମାଣ କରୁଛି।

ଏହାର ସମାଧାନ ପାଇଁ ରେଳ ବିଭାଗ ତରଫରୁ ଏକ ସମାଧାନ ଚିନ୍ତା କରାଯାଇଛି। ୪୨ଟି ଷ୍ଟେସନରେ ସ୍ପିଟର୍‌ କିୱସ୍କ ବସାଯିବ। ଯାହାକୁ ସାଧାରଣ ଲୋକେ ବ୍ୟବହାର କରିପାରିବେ। ଏଥିପାଇଁ ୫ରୁ ୧୦କୋଟି ଖର୍ଚ୍ଚ ହେବ ବୋଲି ରେଳ ବିଭାଗ ସୂଚନା ଦେଇଛି।

Share