ନୂଆଦିଲ୍ଲୀ,୧୬।୬: ଏସିଆର ସବୁଠାରୁ ବୃହତ୍ତମ ରେଳ ନେଟୱାର୍କ ଥିବା ଦେଶ ହେଉଛି ଭାରତ। ଅଧିକାଂଶ ଲୋକ ପ୍ରତିଦିନ ସାଧାରଣ କୋଚ ବା ଜେନେରାଲ ବଗିରେ ଯାତ୍ରା କରନ୍ତି। ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ବନ୍ଦେ ଭାରତ ଟ୍ରେନ ଓ ଅମୃତ ଭାରତ ଟ୍ରେନ ଲଞ୍ଚ ହେଉଥିବାବେଳେ ଟ୍ରେନର ଜେନେରାଲ ବଗି ରହିବ କି ନାହିଁ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ବଗି ରହିବ କି ନାହିଁ ବଡ଼ ସଙ୍କେତ ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ‘ସାଧାରଣ ବଗିକୁ ହଟାଯିବ ନାହିଁ କି ଯାହା ଅଛି ତାକୁ ହ୍ରାସ କରାଯିବ ନାହିଁ। ରେଲଓ୍ବେର ମୁଖ୍ୟ ଫୋକସ ହେଉଛନ୍ତି ମଧ୍ୟମ ଆୟ ଯାତ୍ରୀ। ତେଣୁ ଦେଶରେ ଅମୃତ ଭାରତ ଟ୍ରେନର ଉତ୍ପାଦନ ବୃଦ୍ଧି କରାଯିବ। ଏହା ଏକ ଏସି ନ ଥିବା ଟ୍ରେନ। ଯେଉଁଥିରେ ମଧ୍ୟମ ବର୍ଗର ଯାତ୍ରୀ ମଧ୍ୟ ସୁବିଧାରେ ଯାତାୟତ କରି ପାରିବେ।