Categories: ଜାତୀୟ

୨୦୨୪ ପୂର୍ବରୁ ଭାରତର ସଡ଼କ ଆମେରିକା ଭଳି ଚମକିବ: ଗଡକରୀ

ନୂଆଦିଲ୍ଲୀ, ୨୦୨୪ ଶେଷ ପୂର୍ବରୁ ଭାରତର ସଡ଼କ ଭିତ୍ତିଭୂମି ଆମେରିକା ଭଳି ଚମକିବ। ୯୫ତମ ଏଫ୍‌ଆଇସିସିଆଇ ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହା କହିଛନ୍ତି। ସେ କହିଛନ୍ତି, ଦେଶରେ ୱାଲର୍‌ଡ ଷ୍ଟାଣ୍ଡାର୍ଡ ସଡ଼କ ଭିତ୍ତିଭୂମି ତିଆରି କରୁଛୁ ଏବଂ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଉଛୁ ଯେ ୨୦୨୪ ଶେଷ ହେବା ପୂର୍ବରୁ ସଡ଼କ ଭିତ୍ତିଭୂମି ଆମେରିକାର ସହିତ ସମାନ ହେବ। ଲଜିଷ୍ଟିକ ମୂଲ୍ୟ ପ୍ରସଙ୍ଗ ସମ୍ପର୍କରେ ସେ କହିଛନ୍ତି ୨୦୨୪ ଶେଷ ସୁଦ୍ଧା ଏହା ୯ ପ୍ରତିଶତ ପର୍ଯ୍ୟନ୍ତ ନେବାକୁ ପ୍ରୟାସ କରାଯାଉଛି। ଆମର ଲଜିଷ୍ଟିକ ମୂଲ୍ୟ ଏକ ବଡ ସମସ୍ୟା ଅଟେ। ବର୍ତ୍ତମାନ ଏହା ୧୬ ପ୍ରତିଶତକୁ ଆସିଛି, କିନ୍ତୁ ୨୦୨୪ ଶେଷବେଳକୁ ଆମେ ଏହାକୁ ୯ ଅଙ୍କ ପର୍ଯ୍ୟନ୍ତ ପହଞ୍ଚାଇବୁ ବୋଲି ଗଡକରୀ କହିଛନ୍ତି।

Share