ଟ୍ରମ୍ପଙ୍କ ବିଜୟରେ ଖୁସି ହେଉଛନ୍ତି ଭାରତୀୟ, ସେପଟେ ଦୁର୍ବଳ ହୋଇଗଲାଣି ଟଙ୍କା

ନୂଆଦିଲ୍ଲୀ,୭ା୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ର ହସ୍ତକ୍ଷେପ ପରେ ମଧ୍ୟ ଭାରତୀୟ ଟଙ୍କା ଆମେରିକୀୟ ଡଲାର ତୁଳନାରେ ସର୍ବକାଳୀନ ସର୍ବାଧିକ ଦୁର୍ବଳ ହୋଇଛି। ବୁଧବାର ଭାରତୀୟ ଶେୟାର ବଜାର କାରବାର ବନ୍ଦ କରିବା ବେଳକୁ ପ୍ରତି ଡଲାର ତୁଳନାରେ ୮୪,୨୮ ଟଙ୍କା ଥିବା ବେଳେ ଗୁରୁବାର ଏହା ୮୪.୨୯୫୦ ଟଙ୍କାରେ ପହଞ୍ଚିଛି। ତାଙ୍କ ମୂଲ୍ୟ ହ୍ରାସର କାରଣ ହେଉଛି ଟ୍ରମ୍ପଙ୍କ ବିଜୟ, ଆଶା କରାଯାଉଛି କି ଟ୍ରମ୍ପ ଆମେରିକୀୟ ଡଲାରକୁ ଶକ୍ତିଶାଳୀ କରିବାକୂକିଛି ପଦକ୍ଷେପ ନେଇ ପାରନ୍ତି।

ବିଶେଷଜ୍ଞମାନେ ଆକଳନ ଅନୁଯାୟୀ ଟ୍ରମ୍ପଙ୍କ ଟିକସ ହ୍ରାସ ଏବଂ ନିୟନ୍ତ୍ରଣ ନୀତି ଆମେରିକାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରେ ଏବଂ ନିବେଶକମାନଙ୍କୁ ଅନ୍ୟ ମୁଦ୍ରା ତୁଳନାରେ ଡଲାରକୁ ପସନ୍ଦ କରିବାକୁ କୁହାଯାଇପାରେ। ଏହି ପଦକ୍ଷେପ ୟୁରୋ ଏବଂ ଏସୀୟ ମୁଦ୍ରାକୁ କ୍ଷତି ପହଞ୍ଚାଇପାରେ। ତେବେ ବୁଧବାର କାରବାର ସମୟରେ ଏସୀୟ ମୁଦ୍ରାରେ ୧.୮% ହ୍ରାସ ସତ୍ତ୍ୱେ ସେମାନେ ଗୁରୁବାର ସ୍ଥିର ରହିଛନ୍ତି କାରଣ ଡଲାର ସୂଚକାଙ୍କ ୦.୧% ହ୍ରାସ ପାଇ ୧୦୪.୯ ରେ ପହଞ୍ଚିଛି।

ଅବଶ୍ୟ, ଭାରତୀୟ ଶେୟାର ବଜାରରୁ କେବଳ ନଭେମ୍ବରରେ ବିଦେଶୀ ନିବେଶକମାନେ ୧.୫ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଇକ୍ୱିଟି ବିକ୍ରି କରି ଟଙ୍କା ଉପରେ ଅଧିକ ଚାପ ସୃଷ୍ଟି କରିଛନ୍ତି। ଭାରତର ପ୍ରମୁଖ ଇକ୍ୱିଟି ଇଣ୍ଡେକ୍ସ, ସେନ୍ସେକ୍ସ ଏବଂ ନିଫ୍ଟି ୫୦ ମଧ୍ୟ ଆଜି ୧% ରୁ ଅଧିକ ହ୍ରାସ ପାଇଛି ଯାହା ଦ୍ୱାରା ନିବେଶକମାନେ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

ଏଭଳି ପରିସ୍ଥିତିରେ ନିବେଶକମାନେ ବର୍ତ୍ତମାନ ଆମେରିକାର ଫେଡେରାଲ ରିଜର୍ଭ ନୀତି ନିର୍ଣ୍ଣୟକୁ ଅପେକ୍ଷା କରିଛନ୍ତି, ଯାହା ମୁଦ୍ରା ଧାରା ଉପରେ ଅଧିକ ପ୍ରଭାବ ପକାଇପାରେ। ଆଶା କରାଯାଉଛି ଯେ ଫେଡେରେଲ ରିଜର୍ଭ ସୁଦ୍ଧା ହାର ୨୫ ବେସିସ ପଏଣ୍ଟ ହ୍ରାସ କରିପାରେ।

ଟ୍ରମ୍ପଙ୍କ ପ୍ରଥମ ପାଳିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସମ୍ପର୍କ ଭଲ ଥିବା ବେଳେ ଦ୍ୱିତୀୟ ପାଳିରେ ମଧ୍ୟ ସସମାନ ଆଶା କରାଯାଉଛି। ସେହିଭଳି ଟ୍ରମ୍ପଙ୍କ ଚାଇନା ବିରୋଧୀ ନୀତି ମଧ୍ୟ ଭାରତକୁ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ସୁଯୋଗ ଦେଇପାରେ। ଏଥିସହିତ କାନାଡ଼ା ସହିତ ଚାଲିଥିବା ବିବାଦରେ ମଧ୍ୟ ଟ୍ରମ୍ପ ଭାରତ ପ୍ରତି କୋହ୍ଲ ମନୋଭାବ ପୋଷଣ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ପଛରେ ପକାଇ ବିଶ୍ୱର ଶୀର୍ଷ ଧାନ ଉତ୍ପାଦନକାରୀ ଦେଶ ହେଲା ଭାରତ, ରହିଛି ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ନୂଆଦିଲ୍ଲୀ, ୩୧ା୧୨: କୃଷି କ୍ଷେତ୍ରରେ ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବର୍ଷ ବର୍ଷ ଧରି ଧାନ ଉତ୍ପାଦନରେ ଚାଇନାର ରହିଥିବା ଆଧିପତ୍ୟକୁ ଶେଷ...

Nimesulide Ban: ପେନ୍ କିଲର ଖାଉଥିଲେ ସାବଧାନ! ଏହି ଔଷଧକୁ ବ୍ୟାନ କଲେ ସରକାର

ନୂଆଦିଲ୍ଲୀ,୩୧।୧୨:  କେନ୍ଦ୍ର ସରକାର ଯନ୍ତ୍ରଣା ନିବାରକ ଔଷଧ ନିମେସୁଲାଇଡ୍ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଗ୍ରାରୁ ଅଧିକ ଧାରଣ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

ଏମିତି ମିଛ କହିଲା ଚାଇନା: ସବୁ ପୋଲ୍‌ ଖୋଲିଦେଲା ଭାରତ

ନୂଆଦିଲ୍ଲୀ,୩୧।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଅନ୍ତର୍ଜାତୀୟ କ୍ରେଡିଟ ତୀବ୍ର ହୋଇଛି। ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଏବେ ଚାଇନା...

ଅନଲାଇନରେ ଅର୍ଡର କରୁଛନ୍ତି? ଆଜି ଆସିବନି ପାର୍ସଲ, ଡେଲିଭେରୀ ଏଜେଣ୍ଟଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୧।୧୨: ଯଦି ଆପଣ ଆଜି ପାର୍ଟି କରିବାକୁ ମନସ୍ଥ କରିଛନ୍ତି ଏବଂ ଅନଲାଇନରେ ଖାଦ୍ୟ ଏବଂ ପାନୀୟ ଅର୍ଡର କରିବାକୁ ଯୋଜନା କରୁଛନ୍ତି, ତେବେ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri