Posted inUncategorized

ନୂତନ ଗ୍ରହ ଆବିଷ୍କାର କଲେ ବୈଜ୍ଞାନିକ: ପୃଥିବୀଠାରୁ ୫ ଗୁଣା ବଡ଼

ଅହମଦାବାଦ, ୨୮।୧୦:ଭାରତ ସରକାରଙ୍କ ମହାକାଶ ବିଭାଗ ଅଧୀନ ଅହମଦାବାଦସ୍ଥିତ ଫିଜିକାଲ ରିସର୍ଚ୍ଚ ଲାବରେଟୋରି(ପିଆର୍‌ଏଲ୍‌)ର ବୈଜ୍ଞାନିକମାନେ ସୋମବାର ବାହ୍ୟ ଗ୍ରହ ବିଜ୍ଞାନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଆବିଷ୍କାରର ଘୋଷଣା କରିଛନ୍ତି। ବୈଜ୍ଞାନିକମାନେ ଏକ ଘନ ଶନି ଗ୍ରହ ଆକାରର ଏକ୍ସୋପ୍ଲାନେଟ୍‌(ସୌରମଣ୍ଡଳ ବାହ୍ୟ ଗ୍ରହ) ‘ଟିଓଆଇ-୬୬୫୧ବି’ର ଆବିଷ୍କାର କରିଛନ୍ତି, ଯାହା ସୂର୍ଯ୍ୟଙ୍କ ବଦଳରେ ତାରାକୁ ପରିକ୍ରମା କରୁଛି। ଉନ୍ନତ ପାରସ-୨ ସ୍ପେକ୍ଟ୍ରୋଗାଫ ଉପକରଣକୁ ବ୍ୟବହାର କରି ବୈଜ୍ଞାନିକମାନେ ଏହି ନୂତନ ଗ୍ରହକୁ ଚିହ୍ନଟ କରିଛନ୍ତି। ପିଆର୍‌ଏଲ୍‌ ବୈଜ୍ଞାନିକଙ୍କ ଦ୍ୱାରା ଆବିଷ୍କୃତ ହୋଇଥିବା ଏହା ହେଉଛି ଚତୁର୍ଥ ଏକ୍ସୋପ୍ଲାନେଟ, ଯାହା ବିଶ୍ୱ ମହାକାଶ ଗବେଷଣାରେ ଭାରତର ବଢ଼ୁଥିବା ଅବଦାନକୁ ଦର୍ଶାଉଛି। ‘ଟିଓଆଇ-୬୬୫୧ବି’ ହେଉଛି ଏକ ଅନନ୍ୟ ଗ୍ରହ, ଯାହାର ଓଜନ ପୃଥିବୀର ପ୍ରାୟ ୬୦ ଗୁଣା ହୋଇଥିବାବେଳେ ଏହାର ପରିଧି ପୃଥିବୀଠାରୁ ପ୍ରାୟ ୫ ଗୁଣା ଅଧିକ। ଏହି ଗ୍ରହ ଆବିଷ୍କାର ହୋଇଥିବା ସ୍ଥାନକୁ ବୈଜ୍ଞାନିକମାନେ ନେପଟୁନିଆନ୍‌ ମରୁଭୂମି ବୋଲି କହିଛନ୍ତି। ତେବେ ସେଠାରେ ‘ଟିଓଆଇ-୬୬୫୧ବି’ ଆକାରର କ୍ୱଚିତ ଗ୍ରହ ଦେଖିବାକୁ ମିଳିଥାଏ।
‘ଟିଓଆଇ-୬୬୫୧ବି’ ଆବିଷ୍କାର ଗ୍ରହ ଗଠନ ଏବଂ ବିବର୍ତ୍ତନ ଉପରେ ନୂତନ ତଥ୍ୟ ପ୍ରଦାନ କରିଛି। ନେପଟୁନିଆନ୍‌ ମରୁଭୂମି ଏକ ରହସ୍ୟମୟ କ୍ଷେତ୍ର, ଯେଉଁଠାରେ ‘ଟିଓଆଇ-୬୬୫୧ବି’ ଆକାରର ଖୁବ୍‌ ଅଳ୍ପ ଗ୍ରହ ବିଦ୍ୟମାନ। ତେଣୁ ସେଠାରେ ‘ଟିଓଆଇ-୬୬୫୧ବି’ ଆକାରର କାହିଁକି ଦେଖାଯାଆନ୍ତି ନାହିଁ ସେନେଇ ଏହି ଆବିଷ୍କାର ସୁଯୋଗ ପ୍ରଦାନ କରିବ। ଏହି ଗ୍ରହ ସୂର୍ଯ୍ୟଙ୍କ ବଦଳରେ ‘ଟିଓଆଇ-୬୬୫୧’ ତାରାର ପ୍ରତି ୫.୦୬ ଦିନ ଚକ୍ରରେ ପରିକ୍ରମା କରିଥାଏ। ତେଣୁ ଏହାର ଏକ ବର୍ଷ ପୃଥିବୀର ଏକ ମାସଠାରୁ ବି କମ୍‌ ହୋଇଥାଏ। ଟିଓଆଇ-୬୬୫୧ ତାରା ଏକ ପ୍ରକାରର ସବ୍‌ ଜିଆଣ୍ଟ, ଯାହା ସୂର୍ଯ୍ୟଙ୍କଠାରୁ ସାମାନ୍ୟ ବଡ଼ ଓ ଗରମ ହୋଇଥାଏ। ଏହାର ଭୂପୃଷ୍ଠ ତାପମାତ୍ରା ପ୍ରାୟ ୫୯୪୦କେ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି।
ତେବେ ପିଆର୍‌ଏଲ୍‌ ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଉକ୍ତ ଅଧ୍ୟୟନର ସବୁଠାରୁ ମୁଖ୍ୟ ଆକର୍ଷଣ ହେଉଛି ‘ଟିଓଆଇ-୬୬୫୧ବି’ ଗ୍ରହର ଗଠନ ଏବଂ ରଚନା ସମ୍ବନ୍ଧୀୟ ତଥ୍ୟ। ଏହି ଗ୍ରହର ଉଚ୍ଚ ସାନ୍ଦ୍ରତା ସୂଚାଉଛି, ଏହାର ୮୭% ଓଜନ ପଥର ଏବଂ ଲୁହା ସମୃଦ୍ଧ ସାମଗ୍ରୀକୁ ନେଇ ଗଠିତ। ସେହିପରି ଅବଶିଷ୍ଟ ଓଜନ ହାଇଡ୍ରୋଜେନ୍‌ ଏବଂ ହିଲିୟମର ହାଲୁକା ଆବରଣ ଦ୍ୱାରା ଗଠିତ। ‘ଟିଓଆଇ-୬୬୫୧ବି’ ଗ୍ରହର ଆବିଷ୍କାର ଗ୍ରହ ଗଠନ ସମ୍ବନ୍ଧୀୟ ସମ୍ପ୍ରତି ବିଦ୍ୟମାନ ଥିବା ଥିଓରିକୁ ଚ୍ୟାଲେଞ୍ଜ କରିବା ସହ ଏହିପରି ବୃହତ୍‌ ଗ୍ରହଗୁଡ଼ିକ କିପରି ବିକଶିତ ହୁଏ, ସେନେଇ ନୂତନ ପ୍ରଶ୍ନ ସୃଷ୍ଟି କରିଛି। ଏହି ଅଧ୍ୟୟନ ଦ୍ୱାରା ଗ୍ରହ ପ୍ରଣାଳୀ ଗଠନ କରି ପାରୁଥିବା ଜଟିଳ ଗତିଶୀଳତା ବିଷୟରେ ନୂତନ ଜ୍ଞାନ ଆରୋହଣ କରିହେବ ବୋଲି ‘ଟିଓଆଇ-୬୬୫୧ବି’ କୁ ନିକଟରୁ ଭଲ ଭାବେ ଅଧ୍ୟୟନ କରିଥିବା ବୈଜ୍ଞାନିକମାନେ ଆଶା କରିଛନ୍ତି। ଏପରି ହେଲେ ମହାକାଶ କ୍ଷେତ୍ରରେ ଭାରତକୁ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପରବର୍ତ୍ତୀ ହିଂସା ଆଶଙ୍କା କଲେ ଆମେରିକୀୟ ଭୋଟର

ଓ୍ବାଶିଂଟନ,୨୮ା୧୦: ୨୦୨୦ ଭଳି ଏଥର ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ପରେ ରାଜନୈତିକ ହିଂସାକାଣ୍ଡ ଘଟିପାରେ ବୋଲି ଅନେକେ ଆମେରିକୀୟ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିକଟରେ ଏପି-ଏନ୍‌ଓଆର୍‌ସି...

ସିଏସ୍‌କେ ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ ଧୋନୀ

ନୂଆଦିଲ୍ଲୀ,୨୬।୧୦: କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ ୨୦୨୫ ଖେଳିବେ କି ନାହିଁ ସେନେଇ ଦୀର୍ଘଦିନ ଧରି ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଲାଗି ରହିଥିଲା।...

ଭିଜିଲାନ୍ସ ଜାଲରେ ଖଣ୍ଡପଡା ଥାନା ଏସଆଇ, ଲାଞ୍ଚ ନେଲା ବେଳେ ମାଡ଼ି ବସିଲା

ନୟାଗଡ଼,୨୧ା୧୦: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡା ଥାନାରେ କାର୍ଯ୍ୟରତ ଏସଆଇ ଏସ.କେ.ରେହମାନ। ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍। ଖଳିସାହି...

ବିପଦସଙ୍କୁଳ ଶ୍ରେଣୀ ଗୃହରେ ପିଲାଙ୍କ ପାଠପଢ଼ା

ନବରଙ୍ଗପୁର,୨୦।୧୦(ସଦାଶିବ ପ୍ରହରାଜ): ଅଧାପନ୍ତରିଆ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ହୋଇଥିବା ଦେଖାଇ ଉଦ୍‌ଘାଟନ କରାଯାଇଛି। ହେଲେ ଉଦ୍‌ଘାଟନର ବର୍ଷେ ବିତିନି ରଙ୍ଗ ଛାଡି ସୌନ୍ଦର୍ଯ୍ୟ ହଜିଗଲାଣି। ତଥାପି...

ରୋହିଣୀ ସିଆର୍‌ପିଏଫ୍‌ ସ୍କୁଲ ନିକଟରେ ବଡ଼ ବିସ୍ଫୋରଣ: ଆଖପାଖ କୋଠାର କାଚ ଭାଙ୍ଗିଲା, ପହଞ୍ଚିଲା NSG

ନୂଆଦିଲ୍ଲୀ,୨୦।୧୦: ଦିଲ୍ଲୀର ରୋହିଣୀ ସ୍ଥିତ ସିଆର୍‌ପିଏଫ୍‌ ସ୍କୁଲ ବାହାରେ ବଡ଼ ବିସ୍ଫୋରଣ ଘଟିଛି। ଏଥିଯୋଗୁ ଆଖପାଖର କୋଠା ସହ ପାଖରେ ଥିବା କାର୍‌ର କାଚ ଭାଙ୍ଗିଯାଇଛି।...

ଭୁବନେଶ୍ବର- କଟକରେ ୩ ଘଣ୍ଟା ପ୍ରବଳ ଛେଚିବ

ଭୁବନେଶ୍ୱର,୧୯।୧୦: ଭୁବନେଶ୍ବର ଓ କଟକରେ ୩ ଘଣ୍ଟା ଯାଏ ବର୍ଷିବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଟୁଇନ୍‌ସିଟିକୁ ହାଇ...

ପଡ଼ିଥିଲେ ବିବାହିତ ମହିଳାଙ୍କ ପ୍ରେମରେ, ଲଢ଼ି ଲଢ଼ି ଜିତିଥିଲେ ବାଜି; କିଛି ଏଭଳି ଥିଲା…

ନୂଆଦିଲ୍ଲୀ,୧୭।୧୦: ପ୍ରେମରେ ହୃଦୟ ହାରିଥିବା ଭାରତୀୟ କ୍ରିକେଟରଙ୍କ ତାଲିକା ଲମ୍ବା। ହେଲେ ସେମାନଙ୍କ ମଧ୍ୟରେ ଏଭଳି ଜଣେ କ୍ରିକେଟର ଅଛନ୍ତି ଯିଏ ଜଣେ ବିବାହିତା ମହିଳାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri