Posted inଖେଳ

ଭାରତୀୟ ଶୁଟରଙ୍କ ଲାଗି କ୍ୱାରାଣ୍ଟାଇନ୍‌ର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୧୮।୭(ପି.ଟି.): ଅଲିମ୍ପିକ୍‌ ପୂର୍ବରୁ ଭାରତୀୟ ଶୁଟରଙ୍କ ଲାଗି ଟୋକିଓରେ କ୍ୱାରାଣ୍ଟାଇନର ଆବଶ୍ୟକତା ନାହିଁ। ଶନିବାର ବିଳମ୍ବିତ ରାତିରେ ଭାରତୀୟ ଶୁଟରମାନେ ଟୋକିଓରେ ପହଞ୍ଚିଥିଲେ ଓ କ୍ରୀଡ଼ାଗ୍ରାମରେ ସେମାନଙ୍କୁ ରୁମ୍‌ରେ ରହିବାକୁ ଅନୁମିତ ମିଳିଯାଇଥିଲା। ଶୁଟରମାନଙ୍କୁ କ୍ୱାରାଣ୍ଟାଇନରେ ରହିବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି। ଭାରତୀୟ ଶୁଟରମାନେ ୧୯ ତାରିଖରୁ ଟ୍ରେନିଂ ଆରମ୍ଭ କରିବେ। ସେମାନେ କ୍ରୋଏସିଆରୁ ଆସି ଟୋକିଓରେ ପହଞ୍ଚିଥିବାରୁ କ୍ୱାରାଣ୍ଟାଇନ୍‌ର ଆବଶ୍ୟକତା ନାହିଁ ବୋଲି ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ) ସମ୍ପାଦକ ରାଜୀବ ଭାଟିଆ କହିଛନ୍ତି। କ୍ରୋଏସିଆର ଜାଗ୍ରେବ୍‌ରେ ଭାରତୀୟ ଶୁଟରମାନେ ୮୦ ଦିନ ଧରି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ଟ୍ରେନିଂ ନେଇଥିଲେ। ଏଥର ଅଲିମ୍ପିକ୍‌ରେ ଭାରତର ୧୫ଜଣ ଶୁଟର ଅଂଶଗ୍ରହଣ କରିବେ। ଅସକା ଶୁଟିଂ ରେଞ୍ଜରେ ଶୁଟିଂ ଇଭେଣ୍ଟଗୁଡିକ ଆୟୋଜନ ହେବ। ଉତ୍ତର ପଶ୍ଚିମ ଟୋକିଓର ସାଇତାମା ପ୍ରାନ୍ତରେ ଏହି ଶୁଟିଂ ରେଞ୍ଜ ଅବସ୍ଥିତ। ୧୯୬୪ ଅଲିମ୍ପିକ୍ସର ଶୁଟିଂ ଇଭେଣ୍ଟଗୁଡିକ ମଧ୍ୟ ଏହି ଭେନ୍ୟୁରେ ଆୟୋଜିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାମ୍ପିୟନ୍ସ ଟ୍ରଫି ପରେ ଆସିଲା ଚମକାଇବା ଭଳି ଖବର, ପତ୍ନୀଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି ଏହି କ୍ରିକେଟର

ନୂଆଦିଲ୍ଲୀ,୧୧।୩: ନିକଟରେ କେତେଜଣ ଭାରତୀୟ କ୍ରିକେଟରଙ୍କ ଜୀବନରେ ଝଡ଼ ଦେଖାଦେଇଥିଲା, ଯେତେବେଳେ ଟିମ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛାଡପତ୍ର ହୋଇଥିଲା। ସେହି ସମୟରେ ସ୍ପିନର...

BCCI Central Contract 2025: ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମାରୁ ବାହାରିପାରନ୍ତି ଏସବୁ ଖେଳାଳି

ନୂଆଦିଲ୍ଲୀ,୧୧।୩: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଖୁବ୍‌ଶୀଘ୍ର ଆଗାମୀ ବାର୍ଷିକ ବର୍ଷ ପାଇଁ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କରିବାକୁ ଯାଉଛି। ଚାମ୍ପିୟନ୍ସ ଟ୍ରଫିରେ...

ଇନ୍‌ଷ୍ଟାଗ୍ରାମ୍‌ରେ ୟୁଜଭେନ୍ଦ୍ର ଚହଲଙ୍କ ସହ ଫଟୋ ପୁନଃସ୍ଥାପିତ କଲେ ଧନଶ୍ରୀ ବର୍ମା

ନୂଆଦିଲ୍ଲୀ, ୧୧।୩: କୋରିଓଗ୍ରାଫର ଏବଂ ସୋସିଆଲ ମିଡିଆ ବ୍ୟକ୍ତିତ୍ୱ ଧନଶ୍ରୀ ବର୍ମା ସୋମବାର ଦିନ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ବିଚ୍ଛିନ୍ନ ସ୍ୱାମୀ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ...

ଟ୍ରଫି ପ୍ରଦାନବେଳେ କାହିଁକି ଉପସ୍ଥିତ ନ ଥିଲେ ପାକିସ୍ତାନ ଅଧିକାରୀ: ICC ପକ୍ଷରୁ ସଫେଇ

ନୂଆଦିଲ୍ଲୀ,୧୧।୩: ମାର୍ଚ୍ଚ ୯ରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରି ଭାରତ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଥିଲା। ୧୨ ବର୍ଷ ପରେ...

IPL 2025 : ଆଇପିଏଲର ପ୍ରାରମ୍ଭିକ ମ୍ୟାଚରୁ ବାହାରେ ରହିବେ ରାହୁଲ! କାରଣ ଜାଣିଲେ ଖୁସି ହୋଇଯିବେ

ନୂଆଦିଲ୍ଲୀ,୧୧।୩: ଭାରତୀୟ ଷ୍ଟାର ଉଇକେଟ୍‌କିପର-ବ୍ୟାଟସମ୍ୟାନ କେ.ଏଲ ରାହୁଲ ଆଇପିଏଲ ୨୦୨୫ର କିଛି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିପାରିବେ ନାହିଁ। ରିପୋର୍ଟ ଅନୁସାରେ, ୩୨ ବର୍ଷୀୟ...

IPL 2025 ପାଇଁ ପାକିସ୍ତାନ ବିପକ୍ଷ ସିରିଜ୍‌ରୁ ଓହରିଲେ ଏହିସବୁ ନ୍ୟୁଜିଲାଣ୍ଡ ଖେଳାଳି

ନୂଆଦିଲ୍ଲୀ,୧୧।୩: ୧୬ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ପାକିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ତାର ଦଳ ଘୋଷଣା କରିଛି। ଦଳର କମାଣ୍ଡ...

ମହିଳାମାନଙ୍କୁ ଦୋଷ ଦେବା ଏକ ଫ୍ୟାଶନ ହୋଇଗଲାଣି: ଅନ୍ୟ ଯୁବତୀଙ୍କ ସହ ସ୍ବାମୀଙ୍କ ଫଟୋ ଭାଇରାଲ ପରେ ରାଗିଲେ ଧନଶ୍ରୀ

ଭାରତୀୟ କ୍ରିକେଟ ଦଳର ଖେଳାଳି ୟୁଜଭେନ୍ଦ୍ର ଚହଲ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚାମ୍ପିଅନ୍ସ...

Video: ମୁମ୍ବାଇ ବିମାନବନ୍ଦରରେ ରୋହିତ ଶର୍ମାଙ୍କୁ ଅଦ୍ଭୂତପୂର୍ବ ସ୍ୱାଗତ, ଭିଡ଼ରୁ ବାହାର କଲେ ପୋଲିସ

ମୁମ୍ବାଇ,୧୧।୩: ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଦ୍ଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା ​​ଯେତେବେଳେ ରୋହିତ ଶର୍ମା ପରିବାର ସହିତ ୨୦୨୫ ଚାମ୍ପିଅନ୍ସ ଟ୍ରଫି ବିଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri