ଭାରତୀୟ ଶିଖ୍‌ ଯୁବକଙ୍କୁ କରିଥିଲେ ହତ୍ୟା, ୨ ବର୍ଷ ପରେ ଅଭିଯୁକ୍ତଙ୍କୁ ମିଳିଲା ଦଣ୍ଡ

ଓଟଓ୍ବା,୧୫।୫: କାନାଡାରେ ଭାରତୀୟ ଶିଖ୍‌ ଯୁବକ ପ୍ରଭଜୋତ ସିଂଙ୍କ ହତ୍ୟା ମାମଲାରେ
ନୋଭା ସ୍କୋଟିଆର ବିଚାରପତି ୨ ବର୍ଷ ପରେ ରାୟ ଶୁଣାଇଛନ୍ତି। ରାୟରେ ହତ୍ୟାକାରୀ କ୍ୟାମେରନ ଜେମ୍ସ ପ୍ରୋସ୍ପରଙ୍କୁ ୯ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କ୍ୟାମେରନ ଜେମ୍ସ ପ୍ରଭଜୋତ ସିଂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ଅଭିଯୁକ୍ତ କ୍ୟାମେରନ ଜଣେ କାନାଡାର ବ୍ୟକ୍ତି। ୨୦୨୧ ସେପ୍ଟେମ୍ବରରେ ନୋଭା ସ୍କୋଟିଆ ପ୍ରଦେଶର ଟ୍ରୁରୋ ସହରର ଏକ ଆପାର୍ଟମେଣ୍ଟ ବାହାରେ ଭାରତୀୟ ଶିଖ ପ୍ରଭଜୋତ ସିଂଙ୍କୁ କ୍ୟାମେରନ ଛୁରୀରେ ହତ୍ୟା କରିଥିଲେ।

ଜଷ୍ଟିସ ଜେଫ୍ରି ହଣ୍ଟ ତାଙ୍କ ରାୟରେ କହିଛନ୍ତି, ଶିଖ ଯୁବକଙ୍କ ଉପରେ ଆକ୍ରମଣ କୌଣସି ଯୁକ୍ତିଯୁକ୍ତ କାରଣ ବିନା କରାଯାଇଥିଲା। ଏଥି ସହିତ ଅଭିଯୁକ୍ତ କ୍ୟାମେରନ ତାଙ୍କ କାର୍ଯ୍ୟକଳାପ ପାଇଁ ଅନୁତାପ କରି ମୃତ ପ୍ରଭଜୋତଙ୍କ ପରିବାର ସଦସ୍ୟଙ୍କୁ କ୍ଷମା ମାଗିଛନ୍ତି। ଏଥି ସହିତ, କୋର୍ଟରେ ଶୁଣାଣି ସମୟରେ ସେ ସ୍ବୀକାର କରିଛନ୍ତି ଯେ, ସେ ହତ୍ୟା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରିନାହାଁନ୍ତି।

Share