Posted inଖେଳ

ବାଜି ମାରିଲେ ବିଜେନ୍ଦର

ଅଲିମ୍ପିକ୍ସ ଏବଂ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ବିଜେତା ବିଜେନ୍ଦର ସିଂ ପେସାଦାର ବକ୍ସିଂ କ୍ୟାରିୟରରେ ମଧ୍ୟ
ସଫଳତାର ସହ ଆଗକୁ ବଢ଼ୁଛନ୍ତି। ଘାନାର ଏଲିଆସ୍‌ ସୁଲେଙ୍କୁ ପରାସ୍ତ କରି ସେ ପେସାଦାର ବକ୍ସିଂରେ ୧୪ ଫାଇଟ୍‌ରୁ ୧୩ରେ ବିଜୟ ହାସଲ କରିଛନ୍ତି…

ଭାରତୀୟ ଷ୍ଟାର ବକ୍ସର ବିଜେନ୍ଦର ସିଂ ପୂରା ଷ୍ଟାଇଲରେ ରିଙ୍ଗ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଜଙ୍ଗଲ ରମ୍ବଲ ଲଢ଼େଇରେ ଘାନାର ଏଲିଆସ୍‌ ସୁଲେଙ୍କୁ ପରାସ୍ତ କରିବା ସହିତ ପ୍ରୋ ବକ୍ସିଂରେ ୧୩ ତମ ବିଜୟ ରେକର୍ଡ କରିଛନ୍ତି। ବକ୍ସିଂରେ ଭାରତକୁ ଏହାର ପ୍ରଥମ ଅଲିମ୍ପିକ୍ସ ଓ ବିଶ୍ୱ ଚାମ୍ପିୟନଶିପ ପଦକ ଜିତାଇଥିବା ବିଜେନ୍ଦର ନିଜ ଉଚ୍ଚତାର ଫାଇଦା ଉଠାଇବା ସହିତ ୫ ମିନିଟ୍‌ ୭ ସେକେଣ୍ଡରେ ଏହି ମୁକାବିଲାକୁ ଜିତି ନେଇଥିଲେ। ୮ଟି ମ୍ୟାଚରୁ ଶତ ପ୍ରତିଶତ ବିଜୟ ରେକର୍ଡ ରଖିଥିବା ଘାନାର ଏଲିଆସ୍‌ ସୁଲେଙ୍କୁ ମ୍ୟାଚର ଦ୍ୱିତୀୟ ରାଉଣ୍ଡରେ ପରାସ୍ତ କରିଥିଲେ ବିଜେନ୍ଦର। ଆରମ୍ଭରୁ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ରିଙ୍ଗ୍‌କୁ ଆସିଥିଲେ ଭାରତର ଏହି ତାରକା ବକ୍ସର। ସିଦ୍ଧୁ ମୁସଓ୍ବୋଲାଙ୍କ ସୋ ହାଇ ଗୀତ ଜରିଆରେ ସେ ଏଣ୍ଟ୍ରି କରିଥିଲେ। ଶକ୍ତିଶାଳୀ ପଞ୍ଚ ଏବଂ ଜାବ୍‌ ସହିତ ଭିଓ୍ବାନୀର ଏହି ୩୬ ବର୍ଷୀୟ ବକ୍ସର ସହଜ ବିଜୟ ହାସଲ କରିଥିଲେ। ମ୍ୟାଚର ଦ୍ୱିତୀୟ ରାଉଣ୍ଡରେ ସୁଲେ ଆକ୍ରମଣ କରିଥିବା ବେଳେ କାଉଣ୍ଟର ଆଟାକ୍‌ ସହିତ ବିଜେନ୍ଦର ବାଜି ମାରିଥିଲେ। ପ୍ରୋ ବକ୍ସିଂରେ ବିଜେନ୍ଦରଙ୍କର ଏହା ଥିଲା ୧୪ତମ ଫାଇଟ୍‌ ଏବଂ ୧୩ ତମ ବିଜୟ। ଗତବର୍ଷ ମାର୍ଚ୍ଚରେ ରୁଷିଆର ଆର୍ଟିଶ ଲୋପସାନଙ୍କ ବିପକ୍ଷରେ ନିଜ ପେସାଦାର କ୍ୟାରିୟରର ଏକମାତ୍ର ପରାଜୟ ସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri