Categories: ବାଣିଜ୍ୟ

ପୁଣି ବିଶ୍ୱକୁ ଘାରିଲା ମାନ୍ଦାବସ୍ଥା ଚିନ୍ତା; ଶେୟାର ବଜାରରେ ୪.୫ ଲକ୍ଷ କୋଟି ହରାଇଲେ ନିବେଶକ

ନୂଆଦିଲ୍ଲୀ,୨ା୮: ଆମେରିକା ତଥା ବିଶ୍ୱକୁ ପୁଣିଥରେ ଘାରିଛି ମାନ୍ଦାବସ୍ଥା ଚିନ୍ତା। ଦୁଇ ଦିନ ତଳେ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରେଲ ରିଜର୍ଭ ସୁଧହାର କମାଇବା ସଙ୍କେତ ଦେବା ପରେ ବିଶ୍ଵବ୍ୟାପୀ ଏହାର ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଥିଲା, କିନ୍ତୁ ଶୁକ୍ରବାର ଏହାର ବିପରୀତ ଦେଖିବାକୁ ମିଳିଛି।

ଆମେରିକାର ଅଭିବୃଦ୍ଧି ହ୍ରାସ ପାଇବା ଆଶଙ୍କାରେ ୱାଲଷ୍ଟ୍ରିଟ୍ ରେ ଶେୟାର ଗୁଡିକର ଜୋରଦାର ବିକ୍ରୟ ପରେ ଏହାର ପ୍ରଭାବ ଏସିଆର ପ୍ରମୁଖ ବଜାର ଉପରେ ପଡ଼ିଛି। ଫଳରେ ଶୁକ୍ରବାର ଭାରତୀୟ ଶେୟାର ବଜାରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ବଜାର ଖୋଲିବା ପରେ ଉଭୟ ସେନସେକ୍ସ ଏବଂ ନିଫ୍ଟି ସୁଚକାଙ୍କ ତୀବ୍ର ହ୍ରାସ ପାଇଥିଲା।

ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) ସୁଚକାଙ୍କ ସେନସେକ୍ସ ୮୧୪ ପଏଣ୍ଟ ହ୍ରାସ ପାଇ ୮୧,୦୨୬ ସ୍ତରରେ କାରବାର କରୁଥିବା ବେଳେ ନିଫ୍ଟି ୫୦ ୨୮୨ ପଏଣ୍ଟ ହ୍ରାସ ପାଇ ୨୪,୭୨୮ ପଏଣ୍ଟରେ କାରବାର କରୁଛି। ଫଳରେ ବିଏସଇରେ ତାଲିକାଭୁକ୍ତ ହୋଇଥିବା କମ୍ପାନୀ ଗୁଡିକର ମାର୍କେଟ କ୍ୟାପିଟାଲାଇଜେସନ ୪.୨୬ ଲକ୍ଷ କୋଟି ହ୍ରାସ ପାଇଥିଲା ବେଳେ ନିବେଶକ ମୋଟ ୪୫୭.୩୬ ଲକ୍ଷ କୋଟି ହରାଇଛନ୍ତି।

Share