Categories: ଜାତୀୟ

ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସମନ ଜାରି କଲେ ଭାରତ ସରକାର…

ନୂଆଦିଲ୍ଲୀ,୧।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ମହାଯୁଦ୍ଧରେ ଭାରତୀୟ ଛାତ୍ର ନବୀନ ଶେଖରଆପ୍ପା ଜ୍ଞାନଗୌଡ଼ାଙ୍କ ମୃତ୍ୟୁ ଘଟିଛି। ସେ କର୍ନାଟକର ବାସିନ୍ଦା ବୋଲି ତାଙ୍କ ପାସପୋର୍ଟରୁ ଜଣାପଡ଼ିଛି। ଏନେଇ ଭାରତ ସରକାର ୟୁକ୍ରେନ୍‌ ଏବଂ ରୁଷିଆ ରାଷ୍ଟ୍ରଦୂତଙ୍କୁ ସମନ ଜାରି କରିଛନ୍ତି।

ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗ୍‌ଚି ଟୁଇଟ୍‌ କରି କହିଛନ୍ତି ଯେ, ବହିର୍ବ୍ୟାପାର ସଚିବ ହର୍ଷ ଶୃଙ୍ଗଳା ଭାରତୀୟ ନାଗରିକଙ୍କ ଲାଗି ତତ୍କାଳ ସୁରକ୍ଷିତ ମାର୍ଗ ଉପଲବ୍ଧ କରାଇବାକୁ ଦାବି କରିଛନ୍ତି।

ଏନେଇ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କ ପକ୍ଷରୁ କୂଟନୈତିକସ୍ତରରେ ଉଦ୍ୟମ ଜାରି ରହିଛି।

Share