‘ମୋ ଅନ୍ତରାତ୍ମା କହିଲା…, ହାଇ କମିଶନଙ୍କ ସାମ୍ନାରେ ଖଲିସ୍ତାନୀ ଆତଙ୍କବାଦୀଙ୍କଠାରୁ ତ୍ରିରଙ୍ଗାକୁ ସୁରକ୍ଷା ଦେଇଥିବା ଛାତ୍ରଙ୍କ ବୟାନ

ଲଣ୍ଡନ,୬।୧୦: ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସମ୍ମୁଖରେ ଖାଲିସ୍ତାନୀଙ୍କ ବିରୋଧ ପ୍ରଦର୍ଶନ ସମୟରେ ଭାରତୀୟ ଜାତୀୟ ପତାକାକୁ ସୁରକ୍ଷା ଦେଇଥିବା ଛାତ୍ର ସତ୍ୟମ ସୁରାନା କହିଛନ୍ତି, ଏହା ପୂର୍ବରୁ ଭାରତୀୟ ପତାକା ବା ତ୍ରିରଙ୍ଗାକୁ ଅପମାନିତ ହୋଇଥିବାର ସେ କେବେ ଦେଖି ନାହାଁନ୍ତି। ସେ କହିଛନ୍ତି ଯେ ତାଙ୍କ ବିବେକ ତାଙ୍କୁ ତ୍ରିରଙ୍ଗାର ସୁରକ୍ଷା ପାଇଁ ପ୍ରେରଣା ଦେଇଛି।

ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସର ଛାତ୍ର ସତ୍ୟମ କହିଛନ୍ତି, ମୁଁ ଦେଖିଲି ଭାରତୀୟ ତ୍ରିରଙ୍ଗାର ଅପମାନ କରାଯାଉଛି। ଜଣେ ମହିଳା ପୋଲିସ ଅଧିକାରୀ ଜାଣିଶୁଣି ପତାକା ଉପରେ ଠିଆ ହୋଇଥିଲେ। ମୁଁ ପତାକା ଉଠାଇ ସେଠାରୁ ଚାଲିଗଲି। ଏମିତି ଭାବେ ଭାରତୀୟ ପତାକାର ଅପମାନ ହୋଇଥିବାର ମୁଁ କେବେ ଦେଖି ନାହିଁ। ମୋର ବିବେକ, ମୋ ମନ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଏବଂ ତାହା ହିଁ ମୋତେ ଆଗକୁ ବଢିବାକୁ ଏବଂ ଏହାକୁ ଅପମାନରୁ ବଞ୍ଚାଇବାକୁ ପ୍ରେରଣା ଦେଲା।
ଖାଲିସ୍ତାନୀ ବିକ୍ଷୋଭକାରୀମାନେ ସୋମବାର ଲଣ୍ଡନରେ ଭାରତୀୟ ହାଇ କମିଶନଙ୍କ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀ ଗୋଷ୍ଠୀ ମଧ୍ୟ ବ୍ୟାରିକେଡ ଭାଙ୍ଗି ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ବିକ୍ଷୋଭକାରୀଙ୍କ ହାତରେ ଭାରତୀୟ ପତାକା ସହିତ ଗୋମୂତ୍ର ମଧ୍ୟ ରହିଥିଲା। ବିକ୍ଷୋଭକାରୀମାନେ କହିଥିଲେ ଯେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ବିରୋଧରେ ସେମାନେ ବିରୋଧ କରୁଛନ୍ତି।

Share