ଆମେରିକାରେ ଭାରତୀୟ ଛାତ୍ରଙ୍କୁ ଛୁରାମାଡ଼

ଓ୍ବାଶିଂଟନ,୧ା୧୧:ଆମେରିକାର ଇଣ୍ଡିଆନା ରାଜ୍ୟ ଅନ୍ତର୍ଗତ ଭାଲପାରାଇସୋ ସହରରେ ଜଣେ ୨୪ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼ ହୋଇଛି। ଗୁରୁତର ବରୁଣଙ୍କୁ ଫୋର୍ଟ ଓ୍ବାନେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରବିବାର ସକାଳେ ଏକ ପବ୍ଲିକ୍‌ ଜିମ୍‌ରେ କମ୍ପ୍ୟୁଟର ସାଇନ୍ସ ପଢ଼ୁଥିବା ଭାରତୀୟ ଛାତ୍ର ପି. ବରୁଣ ରାଜାଙ୍କ ମୁଣ୍ଡକୁ ଜୋର୍ଡାନ୍‌ ଆଣ୍ଡ୍ରେସ୍‌ ନାମକ ଯୁବକ ଛୁରିମାଡ଼ କରିଛନ୍ତି। ଆକ୍ରମଣର କାରଣ ଜଣାପଡ଼ି ନ ଥିବାବେଳେ ପୋଲିସ ତଦନ୍ତ ଚଳାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି।

Share