ଆମେରିକାର ଜିମ୍‌ରେ ଭାରତୀୟ ଛାତ୍ରଙ୍କୁ ଛୁରିଭୁସି ହତ୍ୟା

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୯ା୧୧: ଆମେରିକାର ଚିକାଗୋ ସହର ଇଣ୍ଡିଆନାରେ ୨୪ ବର୍ଷୀୟ ଜଣେ ଭାରତୀୟ ଛାତ୍ରଙ୍କୁ ଗତ ୨୯ ତାରିଖରେ ଛୁରିଭୁସି ଆକ୍ରମଣ କରାଯାଇଥିଲା। ଛାତ୍ର ଜଣକ ଗୁରୁତର ଅବସ୍ଥାରେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ବରୁଣ ରାଜ ପୁଚା ନାମକ ଛାତ୍ରଙ୍କ ମୃତ୍ୟୁ ଘଟିଛି।

ବରୁଣ ଭଲ୍‌ପାରାଇସୋ ୟୁନିଭର୍ସିଟିର କମ୍ପ୍ୟୁଟର ସାଇନ୍ସର ଛାତ୍ର ଥିଲେ। ସେ ଏକ ଫିଟ୍‌ନେସ୍‌ ସେଣ୍ଟର(ଜିମ୍‌ )ଯାଇଥିବାବେଳେ ଜୋର୍ଡାନ୍‌ ଆଣ୍ଡାଡେ ନାମକ ଜଣେ ଯୁବକ ତାଙ୍କୁ ଛୁରିରେ ଆକ୍ରମଣ କରିଥିବା ସେଠାକାର ପୋଲିସ ପକ୍ଷରୁ ଅବଗତ କରାଯାଇଛି। ଏନେଇ ପୋଲିସ ମାମଲାର ଅଧିକ ତଦନ୍ତ ଚଳାଇଛି।

Share