ସିଡ୍ନୀ,୧୫।୧୦: ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ର ବର୍ଣ୍ଣବୈଷମ୍ୟ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଆଗ୍ରାର ୨୮ ବର୍ଷୀୟ ଛାତ୍ର ଶୁଭମ୍ ଗର୍ଗଙ୍କୁ ଛାତି, ପେଟ ଓ ମୁହଁକୁ ଏକାଧିକ ଥର ଛୁରାମାଡ଼ କରାଯାଇଥିଲା। ନ୍ୟୁ ସାଉଥ୍ଓ୍ବେଲ୍ସସ୍ଥିତ ଏକ ବିଶ୍ୱବିଦ୍ୟାଳୟରେ ମେକାନିକାଲ ଇଞ୍ଜିନିୟରିଂରେ ପିଏଚ୍ଡି କରୁଥିବା ଶୁଭମ ଗତ ୬ ତାରିଖ ରାତିରେ ପାସିଫିକ୍ ହାଇଓ୍ବେ ଦେଇ ଘରକୁ ଫେରୁଥିବାବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଏହି ମାମଲାରେ ଡାନିଏଲ୍ ନରଉଡ୍ ନାମକ ଯୁବକଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ଡିସେମ୍ବର ୧୪ ପର୍ଯ୍ୟନ୍ତ ହାଜତକୁ ପଠାଇଦିଆଯାଇଛି।