ଭାରତୀୟଙ୍କୁ ପିଟିଲେ ୟୁକ୍ରେନ୍‌ ସୈନ୍ୟ

କ୍ୱିଭ,୧।୩: ୟୁକ୍ରେନ୍‌ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ସ୍ବଦେଶ ଫେରିବା ପାଇଁ ସୀମାମୁହଁା ହୋଇଛନ୍ତି। ଏ ସବୁ ଭିତରେ ସେଠାରୁ ପ୍ରତି ଭାରତୀୟଙ୍କୁ ବିଚଳିତ କରିବା ଭଳି ଖବର ସାମ୍‌ନାକୁ ଆସିଛି। ଜାତିସଂଘରେ ରୁଷିଆ ବିରୋଧରେ ଭୋଟ ଦେବାରୁ ବିରତ ରହିବାରୁ ୟୁକ୍ରେନ୍‌ ସୈନ୍ୟ ତଥା ନାଗରିକ ଭାରତୀୟଙ୍କୁ ଶତ୍ରୁ ନଜରରେ ଦେଖୁଛନ୍ତି। ଏପରିକି ୟୁକ୍ରେନ୍‌ ସୈନ୍ୟ ସେମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି। ଏହାର ଭିଡିଓ ସାମ୍‌ନାକୁ ଆସିଛି। ଭାରତୀୟ ଛାତ୍ରୀଛାତ୍ର ରୋମାନିଆ ସୀମା ନିକଟରେ ପହଞ୍ଚିଥିବାବେଳେ ସେମାନଙ୍କୁ ବର୍ଡର ପାର କରିବାକୁ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି। ୟୁକ୍ରେନ୍‌ବାସୀଙ୍କୁ ଦେଶଛାଡ଼ିବାକୁ ଅନୁମତି ଦିଆଯାଉଛି। ପୋଲିସ ଓ ସୈନ୍ୟ ଭାରତୀୟଙ୍କୁ ଲାଠି ଓ ଲାତ ମାରିଥିବା ଛାତ୍ରୀଛାତ୍ରମାନେ ଭିଡିଓରେ ବଖାଣିଛନ୍ତି। ଭିଜା ପାଇବାକୁ ହେଲେ ହଣ୍ଟର ନାମକ ଏକ ଗେମ୍‌ ଖେଳିବାକୁ ମଧ୍ୟ ଧମକ ଦିଆଯାଉଥିବା ସେମାନେ ପ୍ରକାଶ କରିଛନ୍ତି।

Share