Categories: ଖେଳ

ଭାରତୀୟ ସୁଇମିଂ ଦଳ ଫାଇନାଲରେ

ଭୁବନେଶ୍ୱର, ୭।୮(ତପନ ସ୍ବାଇଁ): ଚାଇନାର ଚେଙ୍ଗଡୁଠାରେ ଚାଲିଥିବା ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ଭାରତୀୟ ପୁରୁଷ ସୁଇମିଂ ଦଳ ପ୍ରଭାବୀ ପ୍ରଦର୍ଶନ କରି ୪x୨୦୦ ମିଟର ଫାଇନାଲରେ ପ୍ରବେଶ କରିଛି। ପ୍ରତିଯୋଗିତା ଇତିହାସରେ ଭାରତୀୟ ଦଳ ପ୍ରଥମଥରପାଇଁ ଏହି ସଫଳତା ପାଇଛି। ଶ୍ରୀହରି ନଟରାଜ, କ୍ରିଷ୍ଣା ରାଜେନ୍ଦ୍ର ଗଡଖ, ସୁନୀଲ କୁମାର ଗୌଡ଼ା ଅନିଶ ଓ କୁଶାଗ୍ର ରାଓ୍ବତଙ୍କୁ ନେଇ ଭାରତୀୟ ସୁଇମିଂ ଦଳ ଗଠିତ। ତେବେ ଭାରତୀୟ ପୁରୁଷ ଫେନ୍‌ସିଂ ଦଳ ଇପି ଟିମ୍‌ ଇଭେଣ୍ଟରେ ନରଓ୍ବେଠାରୁ ହାରିଯାଇ ବିଦାୟ ନେଇଛି।

ସେହିପରି ପୁରୁଷ ଜାଭେଲିନ ଥ୍ରୋ ଫାଇନାଲ୍ସରେ କିଟ୍‌ ବିଶ୍ୱବିଦ୍ୟାଳୟର ବିକ୍ରାନ୍ତ ମଲିକ ୭୦.୮୧ ମିଟର ସହ ୮ମ ସ୍ଥାନରେ ସନ୍ତୁଷ୍ଟ ରହିଛନ୍ତି। ରବିବାର ଶେଷସୁଦ୍ଧା ଭାରତ ୧୧ ସ୍ବର୍ଣ୍ଣ, ୫ ରୌପ୍ୟ ଓ ୧୦ ବ୍ରୋଞ୍ଜ ସହ ମୋଟ ୨୬ ପଦକ ପାଇ ତାଲିକାର ୬ଷ୍ଠ ସ୍ଥାନରେ ରହିଛି। ଚାଇନା ୮୯ ସ୍ବର୍ଣ୍ଣ ସହ ୧୫୭, ଜାପାନ ୧୯ ସ୍ବର୍ଣ୍ଣ ସହ ୭୮, ଦକ୍ଷିଣ କୋରିଆ ୧୭ ସ୍ବର୍ଣ୍ଣ ସହ ୫୨, ପୋଲାଣ୍ଡ ୧୪ ସ୍ବର୍ଣ୍ଣ ସହ ୩୭ ଓ ଇଟାଲି ୧୩ ସ୍ବର୍ଣ୍ଣ ସହ ୪୫ ପଦକ ପାଇ ପ୍ରଥମ ୫ ସ୍ଥାନରେ ରହିଛନ୍ତି।

Share