Categories: ଖେଳ

କୋହଲି-ରୋହିତଙ୍କ ପାଇଁ ଭାରତୀୟ ଟି୨୦ ଟିମ୍‌ର ଦ୍ୱାର ବନ୍ଦ? କୋଚ୍‌ ଦ୍ରାବିଡଙ୍କ ବଡ଼ ସଙ୍କେତ…

ପୁଣେ,୬।୧: ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଲାଗି ଏବେ ଭାରତୀୟ ଟି୨୦ ଟିମ୍‌ର ଦ୍ୱାର ବନ୍ଦ ହେଉଥିବା ନଜର ଆସୁଛି। ଗତ ବର୍ଷ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପରାଜୟ ପରେ ଏନେଇ ଚର୍ଚ୍ଚା ହେଉଥିଲା। ହେଲେ ଏବେ ଏନେଇ କୋଚ୍‌ ରାହୁଲ ଦ୍ରାବିଡ ବଡ ସଙ୍କେତ ଦେଇଛନ୍ତି।

ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ପରାଜୟ ପରେ ଦ୍ରାବିଡ କହିଛନ୍ତି, ଟି୨୦ ବିଶ୍ୱକପ୍‌ ସେମିଫାଇନାଲ ଖେଳିଥିବା ଭାରତୀୟ ଟିମ୍‌ରୁ ୩-୪ ଖେଳାଳି ଏହି ମ୍ୟାଚ୍‌ରେ ଖେଳୁଛନ୍ତି। ଆମର ପୁରା ଟିମ୍‌ ଯୁବ କ୍ରିକେଟରଙ୍କର ଏବଂ ଶ୍ରୀଲଙ୍କା ଭଳି ମଜଭୂତ ଟିମ୍‌ ସହ ଖେଳି ଭଲ ଅନୁଭବ କରୁଛି। ଆମର ଧ୍ୟାନ କେବଳ ଦିନିକିଆ ବିଶ୍ୱକପ୍‌ ୨୦୨୩ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଉପରେ ରହିଛି। ସେହିଭଳି ଟି୨୦ ଟିମ୍‌ରେ ଯୁବ ଖେଳାଳିମାନଙ୍କୁ ସୁଯୋଗ ଦିଆଯିବ। ସେମାନଙ୍କୁ ପରଖିବାକୁ ଭଲ ସୁଯୋଗ ରହିବ।

ଦ୍ରାବିଡଙ୍କ ନିଜ ବୟାନରେ ନାଁ ନନେଇ ସ୍ପଷ୍ଟ କରିଛନ୍ତି ଯେ ଏବେ କୋହଲି ଏବଂ ରୋହିତଙ୍କୁ କେବଳ ଦିନିକିଆ ଏବଂ ଟେଷ୍ଟ ଉପରେ ଧ୍ୟାନ ଦେବାକୁ ହେବ। କାରଣ ଚଳିତ ବର୍ଷ ଶେଷ ଆଡକୁ ଦିନିକିଆ ବିଶ୍ୱକପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ସେହିଭଳି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଅଧୀନରେ ଟିମ୍‌ ଇଣ୍ଡିଆକୁ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ୪ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ହେବ। ଏଥିରେ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ।

Share