Categories: ଖେଳ

ସେପ୍ଟେମ୍ବର ୫ରେ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କରିବ ବିସିସିଆଇ, ଏସବୁ ଖେଳାଳିଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ,୮।୮: ଚଳିତ ବର୍ଷ ଭାରତରେ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍‌ ୨୦୨୩। ଅକ୍ଟୋବର ୫ରୁ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଥିବା ବେଳେ ନଭେମ୍ବର ୧୯ରେ ଫାଇନାଲ ଖେଳାଯିବ। ତେବେ ଏହାର ଠିକ୍‌ ପୂର୍ବରୁ ଭାରତୀୟ ଟିମ୍‌ ଦିନିକିଆ ଫର୍ମାଟରେ ଏସିଆ କପ୍‌ ଖେଳିବ। ଉଭୟ ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ଲାଗି ଖୁବ୍‌ଶୀଘ୍ର ଭାରତୀୟ ଟିମ୍‌ ଘୋଷଣା କରାଯିବ।
ଆଇସିସି ନିୟମାନୁଯାୟୀ ସେପ୍ଟେମ୍ବର ୨୮ ପୂର୍ବରୁ ସମସ୍ତ ଦେଶ ୧୫ ସଦସ୍ୟ ବିଶିଷ୍ଟ ଟିମ୍‌ ଘୋଷଣା କରିବେ। ବିସିସିଆଇ ବିଶ୍ୱକପ୍‌ ଲାଗି ୧୮ ସଦସ୍ୟ ବିଶିଷ୍ଟ ଟିମ୍‌ର ଘୋଷଣା ସେପ୍ଟେମ୍ବର ୫ରେ କରିବ। ଅର୍ଥାତ ସେପ୍ଟେମ୍ବର ୫ ରୁ ୨୮ ମଧ୍ୟରେ ଭାରତୀୟ ଟିମ୍‌ ସ୍କ୍ବାର୍ଡରେ ପରିବର୍ତ୍ତନ କରିପାରିବ। ସେହିଭଳି ବୋର୍ଡ ଏସିଆ କପ୍‌ ଲାଗି ଆସନ୍ତା ୧ରୁ ୨ ସପ୍ତାହ ମଧ୍ୟରେ ଦଳ ଘୋଷଣା କରିବ।
ସମ୍ଭାବ୍ୟ ଗ୍ରୁପ୍‌: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଜସପ୍ରିତ ବୁମ୍‌ରା, କୁଲଦୀପ ଯାଦବ,ସୂର୍ଯ୍ୟକୁମାର ଯାଦବ, ଈଶାନ କିଶନ(ଉଇକେଟକିପର), ଅକ୍ଷର ପଟେଲ, ସଞ୍ଜୁ ସାମସନ, ଶାର୍ଦ୍ଦୁଳ ଠାକୁର, ଜୟଦେବ ଉନାଦକଟ, ମୁକେଶ କୁମାର, ୟୁଜବେନ୍ଦ୍ର ଚହଲ
Share