ଜୋହାନ୍ସବର୍ଗ,୬।୧: ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ଖେଳାଯାଇଥିବା ନ୍ୟୁ ଇୟର ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୭ ଉଇକେଟରେ ଭାରତକୁ ହରାଇ ଦେଇଛି। କଷ୍ଟସାଧ୍ୟ ପିଚ୍ରେ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ବୋଲିଂ ଲାଇନ୍ ଅପ୍ ୨୪୦ ରନ୍ ଡିଫେଣ୍ଡ କରି ପାରି ନ ଥିଲା। ଗତ ୩୩ ବର୍ଷ ମଧ୍ୟରେ ଏଭଳି ପରାଜୟ ଭୋଗି ନ ଥିଲା ଟିମ୍ ଇଣ୍ଡିଆ। ୧୯୮୭/୮୮ ପରଠୁ ୨୪୦ରୁ ଊଦ୍ଧର୍ବ ଟାର୍ଗେଟ ଛିଡ଼ା କରିବା ପରେ ଭାରତ କଦାପି ହାରି ନ ଥିଲା। ଅନ୍ତିମ ଥର ୧୯୮୭/୮୮ ରେ ଦିଲ୍ଲୀରେ ଶକ୍ତିଶାଳୀ ଓ୍ବେଷ୍ଟଇଣ୍ଡିଜ ଆଗରେ ୨୭୬ ରନ୍ର ବିଜୟଲକ୍ଷ୍ୟ ଛିଡ଼ା କରିବା ସତ୍ତ୍ୱେ ଭାରତୀୟ ଦଳକୁ ପରାସ୍ତ ହୋଇଥିଲା।
ଅଧିନାୟକ ଡିନ ଏଲଗାରଙ୍କ ଅପରାଜିତ ୯୬ ରନ୍ର ପାଳି ଯୋଗୁ ୩ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ଘରୋଇ ଦକ୍ଷିଣ ଆଫ୍ରିକା। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ପ୍ରତ୍ୟାବର୍ତ୍ତନ କରିଛି।