Categories: ଖେଳ

ହୋଲିରେ ରଙ୍ଗେଇ ହେଲେ ଭାରତୀୟ ଖେଳାଳି

ଅହମ୍ମଦାବାଦ,୮।୩: ଭାରତୀୟ ଦଳ ହୋଲି ଅବସରରେ ଅହମ୍ମଦାବାଦ ଟେଷ୍ଟ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଇନ୍ଦୋରରେ ପରାଜୟ ପରେ ଟିମ ଇଣ୍ଡିଆର ଖେଳାଳିମାନେ ଅହମ୍ମଦାବାଦ ଟେଷ୍ଟ ଜିତି ସିରିଜ ଜିତିବାକୁ ଚାହୁଁଛନ୍ତି। ଏହି କାରଣରୁ ସମଗ୍ର ଦଳ ପରବର୍ତ୍ତୀ ମ୍ୟାଚ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଖେଳାଳିମାନେ ନିଜେ ଟିମ ବସରେ ହୋଲି ପାଳନ କରିଥିଲେ। ଭାରତୀୟ ଦଳର ଓପନର୍‌ ଶୁବମାନ ଗିଲ ହୋଲି ଉତ୍ସବର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।
ଏହି ଭିଡିଓରେ ବିରାଟ କୋହଲି ଆଗ ହୋଲି ପାଳନ କରୁଥିବା ଦେଖିବାକୁ ମିଳିଛି। ସେ କମ୍‌ ଡାଉନ ଏବଂ ରଙ୍ଗ ବର୍‌ସେ ଗୀତରେ ନାଚୁଛନ୍ତି। ଏଥି ସହିତ ଅଧିନାୟକ ରୋହିତ ଶର୍ମା ତାଙ୍କ ପଛରୁ ରଙ୍ଗ ଫିଙ୍ଗୁଛନ୍ତି। ଶ୍ରେୟସ ଆୟରଙ୍କ ସମେତ ଦଳର ସମସ୍ତ ଖେଳାଳି ହୋଲି ଖେୁ ଥିବାର ଦେଖାଯାଇଛି। ଦଳର ସପୋର୍ଟ ଷ୍ଟାଫ ମଧ୍ୟ ହୋଲି ଉତ୍ସାହର ସହ ପାଳନ କରୁଛନ୍ତି।
ଭାରତୀୟ ଦଳର ହୋଲି ପାଳନ କରୁଥିବା ଭିଡିଓ ମଧ୍ୟ ଇଶାନ କିଶନ ଶେୟାର କରିଛନ୍ତି। ଏଥିରେ ସମସ୍ତ ଖେଳାଳି ପାଟି କରି ହାପି ହୋଲି କହୁଛନ୍ତି।
ମାର୍ଚ୍ଚ ୯ରୁ ଭାରତକୁ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଶେଷ ମ୍ୟାଚ ଖେଳିବ। ଏହି ସିରିଜରେ ଭାରତ ବର୍ତ୍ତମାନ ୨-୧ରେ ଆଗରେ ରହିଛି। ଅହମ୍ମଦାବାଦରେ ଅନୁଷ୍ଠିତ ହେବାକୁ ଥିବା ଟେଷ୍ଟ ମ୍ୟାଚ ଜିତି ଭାରତୀୟ ଦଳ ଏହି ସିରିଜର ନିଜ ନାଁରେ କରିବାକୁ ଚାହୁଁଛି। ଏହି ମ୍ୟାଚ ଜିତିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଭାରତ ମଧ୍ୟ ନିଜର ସ୍ଥାନ ସୁରକ୍ଷିତ କରିବ।

Share