Categories: ଖେଳ

ଦ୍ୱିତୀୟ ମ୍ୟାଚ୍‌ ପାଇଁ ଦିଲ୍ଲୀରେ ପହଞ୍ଚିଲା ଭାରତୀୟ ଦଳ

ନୂଆଦିଲ୍ଲୀ,୯ା୧୦: ଭାରତୀୟ କ୍ରିକେଟ ଦଳ ସୋମବାର ନୂଆଦିଲ୍ଲୀରେ ପହଞ୍ଚିଛି। ବିଶ୍ୱକପରେ ଭାରତ ନିଜର ଦ୍ୱିତୀୟ ମ୍ୟାଚ୍‌ ଅକ୍ଟୋବର ୧୧ରେ ଖେଳିବ। ରବିବାର ଚେନ୍ନାଇଠାରେ ଭାରତ ପ୍ରଥମ ମ୍ୟାଚ ଖେଳିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚରେ ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଦଳ ଶେଷରେ ୬ ଉଇକେଟରେ ବିଜୟ ଲାଭ କରିଥିଲା।

ଦଳ ସହିତ ଓପନର ଶୁବମନ ଗିଲ୍‌ ଆସି ନାହାନ୍ତି। ସେ ସୁସ୍ଥ ହୋଇ ନାହାନ୍ତି। ବର୍ତ୍ତମାନ ସେ ଚେନ୍ନାଇରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ଅଛନ୍ତି। ଗିଲ୍‌ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ମଧ୍ୟ ଖେଳି ନ ଥିଲେ। ରୋହିତ ଶର୍ମାଙ୍କ ଦଳ ମଙ୍ଗଳବାର ସନ୍ଧ୍ୟାରେ ଫିରୋଜଶାହ କୋଟ୍‌ଲା ପଡ଼ିଆରେ ଅଭ୍ୟାସ କରିବ।

Share