Posted inଖେଳ

ଚନ୍ଦ୍ରୟାନ-୩ର ଲ୍ୟାଣ୍ଡିଂ ଦେଖିଲା ଭାରତୀୟ ଦଳ

ନୂଆଦିଲ୍ଲୀ, ୨୪ା୮ (ପି.ଟି.): ଭାରତୀୟଙ୍କ ପାଇଁ ଐତିହାସିକ ମୂହୁର୍ତ୍ତ ଭାବରେ ବିଶ୍ୱର ଚତୁର୍ଥ ଦେଶ ଭାବରେ ଚନ୍ଦ୍ରପୃଷ୍ଠରେ ଓ ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି ଭାରତ। ଭାରତର ମୁନ୍‌ ମିଶନ୍‌ ଚନ୍ଦ୍ରୟାନ-୩ ସଫଳତାର ସହିତ ଅବତରଣ କରିଥିବା ବେଳେ ଭାରତୀୟ କ୍ରିକେଟ ଦଳ ଏହାକୁ ଏକତ୍ର ଦେଖିଥିଲେ। ଆୟର୍ଲାଣ୍ଡରେ ଟି୨୦ ସିରିଜ୍‌ ଖେଳିବା ପାଇଁ ଭାରତୀୟ ଦଳ ରହିଥିବା ବେଳେ ଦଳର ସମସ୍ତ ଖେଳାଳି ଏକତ୍ର ହୋଇ ଟିଭିରେ ଏହାର ଲାଇଭ ପ୍ରସାରଣ ଦେଖିଥିଲେ।

ବିସିସିଆଇ ପକ୍ଷରୁ ଏହାର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଶେୟାର କରାଯାଇଥିଲା। ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠକୁ ସଫଳତାର ସହିତ ଛୁଇଁବା ପରେ ଡବ୍‌ଲିନ୍‌ରୁ ଆମେ ଇତିହାସ ସୃଷ୍ଟିର ଦୃଶ୍ୟ ଦେଖିଲୁ ବୋଲି ଲେଖିଥିଲା ବିସିସିଆଇ।
କେବଳ ବିସିସିଆଇ ନୁହେଁ ବରଂ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକରଙ୍କ ସମେତ ଏକାଧିକ ଖେଳାଳି ଟୁଇଟ୍‌ କରି ଏହି ଐତିହାସିକ ମୂହୂର୍ତ୍ତକୁ ସେଲିବ୍ରେଟ୍‌ କରିଥିଲେ। ସଚିନ୍‌ ତେନ୍ଦୁଲକର ଲେଖିଥିଲେ ଭାରତର ଶ୍ରେଷ୍ଠ ହିଁ ଇସ୍ରୋକୁ ପ୍ରତିନିଧିତ୍ୱ କରନ୍ତି। ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଆମର ତ୍ରିରଙ୍ଗାକୁ ଉଚ୍ଚା କରିଥିବା ଏହି ମହାନ ବୈଜ୍ଞାନିକ ମାନଙ୍କୁ ସଲାମ। ଏହା ସହିତ କେ. ଶିବନ ଓ ଚନ୍ଦ୍ରୟାନ-୨ର ଟିମ୍‌ ସହିତ ଏସ୍‌. ସୋମନାଥଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ। ସମସ୍ତ ଲ୍ୟାଣ୍ଡିଂ ଗୁରୁତ୍ୱପୂର୍ଣ୍ଣ, ଏହା ଚନ୍ଦ୍ରରେ ହେଉ କି ଜୀବନରେ। ଭୁଲରୁ ଶିଖି ଆମେ ଆଗକୁ ବଢିଥାଉ ବୋଲି ଟୁଇଟ୍‌ କରିଥିଲେ ମାଷ୍ଟର ବ୍ଲାଷ୍ଟର। ଷ୍ଟାର ବ୍ୟାଟର ବିରାଟ କୋହଲି ମଧ୍ୟ ଟୁଇଟ୍‌ କରି ଇସ୍ରୋର ଉଦ୍ୟମକୁ ପ୍ରଶଂସା କରିଥିଲେ। ଚନ୍ଦ୍ରୟାନ-୩ ପାଇଁ ଇସ୍ରୋର ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା। ଆପଣ ମାନେ ଦେଶକୁ ଗର୍ବିତ କରିଛନ୍ତି, ଜୟ ହିନ୍ଦ।

ଐତହାସିକ ସଫଳତା ପାଇଁ ଇସ୍ରୋକୁ ଅଭିନନ୍ଦନ ବୋଲି ଲେଖିଥିଲେ ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ପୂର୍ବତନ ପେସ୍‌ ବୋଲର ଭେଙ୍କଟେଶ ପ୍ରସାଦ ମଧ୍ୟ ଇସ୍ରୋର ଏହି ଐତିହାସିକ ଉଦ୍ୟମକୁ ପ୍ରଶଂସା କରିଥିଲେ। ସମଗ୍ର ଦେଶବାସୀଙ୍କୁ ଖୁସିର ମୂହୂର୍ତ୍ତ ପ୍ରଦାନ କରିଥିବାରୁ ଇସ୍ରୋକୁ ଧନ୍ୟବାଦ ବୋଲି ଲେଖିଥିଲେ ପ୍ରସାଦ। ନିଆରା ଅନ୍ଦାଜରେ ଟୁଇଟ୍‌ କରୁଥିବା ବୀରେନ୍ଦ୍ର ସେହ୍ବାଗ କିନ୍ତୁ ସମାଲୋଚକଙ୍କୁ ଜବାବ ଦେଇଥିଲେ। ‘ଏହି ସନ୍ଧ୍ୟାରେ ଆମେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛେ। ଏହା ଆମ ପାଇଁ ଏକ ଚିତ୍ତାକର୍ଷକ ମୂହୂର୍ତ୍ତ। ବିଫଳତା ପରେ ସଫଳତା ମିଳିଥାଏ ଏହା ତାହାର ଜ୍ୱଳନ୍ତ ଉଦାହରଣ। କିଛି ଲୋକ ଭାରତର ବିଫଳତା କାମନା କରୁଥିଲେ। ଏହି ଗୋଷ୍ଠୀର କିଛି ଲୋକ ଭାରତରେ ହିଁ ବସବାସ କରନ୍ତି। ଅବଶ୍ୟ ସେମାନେ ଆଜି ରାତିରେ ଶୋଇ ପାରିବେ ନାହିଁ’ ବୋଲି ଲେଖିଥିଲେ ସେହ୍ବାଗ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri