Posted inଖେଳ

ଆଜି ଭାରତୀୟ ଦଳର ବିଜୟ ପରେଡ; ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ, ଓ୍ବାଙ୍ଖଡେରେ ସମ୍ବର୍ଦ୍ଧନା

ମୁମ୍ବାଇ,୪ା୭: ଟି୨୦ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳ ଶେଷରେ ବାର୍ବାଡୋସ୍‌ ଛାଡିଛି। ବାତ୍ୟା ହରିକେନ୍‌ କାରଣରୁ ଭାରତୀୟ ଦଳ ହୋଟେଲରେ ଅଟକି ରହିଥିଲା। ବୁଧବାର ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ସହାୟତାରେ ଭାରତୀୟ ଦଳର ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ଦେଶ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁରୁବାର ସକାଳ ୬.୨୦ ମିନିଟରେ ନୂଆଦିଲ୍ଳୀ ବିମାନ ବନ୍ଦରରେ ଭାରତୀୟ ଖେଳାଳିମାନେ ଅବତରଣ କରିବେ। ଏୟାର ଇଣ୍ଡିଆ ଚାମ୍ପିୟନ୍ସ ୨୪ ଓ୍ବାଲର୍‌ଡ କପ୍‌ ନାମକ ଏକ ଚାର୍ଟର ବିମାନରେ ବାର୍ବାଡୋସର ଗ୍ରାଣ୍ଟଲେ ଆଡାମ୍ସ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଖେଳାଳିମାନେ ଯାତ୍ରା ଆରମ୍ଭ କରିଥିଲେ। ହରିକେନ୍‌ ବେରିଲ୍‌ କାରଣରୁ ଭାରତୀୟ ଦଳର ସମ୍ଭାବ୍ୟ ଯାତ୍ରା ବିଳମ୍ବିତ ହୋଇଥିଲା। ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ବ୍ୟତୀତ କିଛି ଖେଳାଳିଙ୍କ ପରିବାର ବର୍ଗ, ଭାରତୀୟ ସାମ୍ବାଦିକ, ବିସିସିଆଇ ସଭାପତି ରୋଜର ବିନ୍ନି ଓ ସମ୍ପାଦକ ଜୟ ଶାହା ମଧ୍ୟ ଏହି ବିମାନରେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଉପ ସଭାପତି ରାଜୀବ ଶୁକ୍ଲା ସୂଚନା ଦେଇଛନ୍ତି।

ସକାଳୁ ବିମାନ ଅବତରଣ କରିବା ପରେ ଖେଳାଳିମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ପୂର୍ବାହ୍ନ ୧୧ଟା ବେଳେ ତାଙ୍କୁ ଭେଟିବେ। ପରେ ଭାରତୀୟ ଦଳ ମୁମ୍ବାଇ ଅଭିମୁଖେ ଯାତ୍ରା କରିବ, ଯେଉଁଠାରେ ବିସିସିଆଇ ପକ୍ଷରୁ ଭାରତୀୟ କ୍ରିକେଟ ଦଳକୁ ସମ୍ମାନିତ କରାଯିବ। ନରିମାନ ପଏଣ୍ଟରୁ ଏକ ଛାତଖୋଲା ବସ୍‌ରେ ଭାରତୀୟ ଖେଳାଳିମାନେ ଓ୍ବାଙ୍ଖଡେ ଅଭିମୁଖେ ଯାତ୍ରା କରିବେ। ବିସିସିଆଇ ସମ୍ପାଦକ ଜୟ ଶାହା ଏହି ଘୋଷଣା କରିବା ସହ ଭାରତୀୟ ଦଳର ବିଜୟ ପରେଡରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ସମାନ ପୋଷ୍ଟ କରିଛନ୍ତି।

ଆମେ ଏହି ଖୁସିର ମୁହୂର୍ତ୍ତ ଆପଣମାନଙ୍କ ସହ ଶେୟାର କରିବାକୁ ଚାହୁଁଛୁ। ଅପରାହ୍ନ ୫ଟାରେ ଏହା ଆରମ୍ଭ ହେବ। ଉଲ୍ଲେଖଯୋଗ୍ୟ ଯେ, ୧୭ ବର୍ଷ ତଳେ ୨୦୦୭ରେ ଭାରତ ଟି୨୦ ବିଶ୍ୱକପ୍‌ ଜିତିବା ପରେ ସମାନ ଭାବରେ ସେଲିବ୍ରେଶନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମ୍ୟାଚ୍‌ ଚାଲିଥିବା ବେଳେ ହେଲା ହୃଦ୍‌ଘାତ, ପୁଅଙ୍କ ସାମ୍ନାରେ ଆଖି ବୁଜିଲେ ଏହି ଖେଳାଳି

ନୂଆଦିଲ୍ଲୀ,୬।୭: କ୍ରୀଡା ଜଗତ ସହ ଜଡିତ ଏକ ଖରାପ ଖବର ସାମ୍ନାକୁ ଆସିଛି। ଖେଳ ସମୟରେ ବାଂଲାଦେଶର ଶୀର୍ଷ ଚେସ୍‌ ଗ୍ରାଣ୍ଡମାଷ୍ଟରଙ୍କ ମୃତ୍ୟୁ ଘଟିଛି। ବାଂଲାଦେଶର...

କିଏ ସେ ଅଭିଷେକ ଶର୍ମା? ଯିଏ ବନ୍ଧୁଙ୍କ ଅଧିନାୟକତ୍ୱରେ ଭାରତ ପାଇଁ ଡେବ୍ୟୁ କରି ଚର୍ଚ୍ଚାରେ, ହେଲେ ଖେଳାଳି ନମ୍ବର-୧୧୧

ହରାରେ,୬।୭: ଟି୨୦ ବିଶ୍ୱକପ୍‌ ୨୦୨୪ ଜିତିବାର ୭ ଦିନ ପରେ ଟିମ୍‌ଇଣ୍ଡିଆରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। କହିବାର ତାତ୍ପର୍ଯ୍ୟ ଶୁଭମନ ଗିଲଙ୍କ ନେତୃତ୍ୱରେ...

ବିଶ୍ୱ ଚାମ୍ପିୟନ ଭାରତକୁ ହରାଇଲା ଜିମ୍ବାୱେ, ଫେଲ୍ ମାରିଲା ଯୁବ ବାହିନୀ

ନୂଆଦିଲ୍ଲୀ,୬।୭: ଟି୨୦ ବିଶ୍ୱକପରେ ଚାମ୍ପିୟନ ହେବା ପରେ ପ୍ରଥମ ମୁକାବିଲାରେ ଜିମ୍ବାୱେ ନିକଟରୁ ପରାଜୟର ସାମ୍ନା କରିଛି ଭାରତ। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ପ୍ରଥମ...

ଭାଓନଙ୍କ ଉପରେ ବର୍ଷିଲେ ରବି ଶାସ୍ତ୍ରୀ, କହିଲେ ନିଜେ ତ କେବେ କପ୍‌ ଉଠାଇନାହାନ୍ତି…

ନୂଆଦିଲ୍ଲୀ,୬।୭: ଇଂଲଣ୍ଡର ପୂର୍ବତନ କ୍ରିକେଟର ତଥା କମେଣ୍ଟେଟର ମାଇକେଲ ଭାଓନ ଟି୨୦ ବିଶ୍ୱକପ୍‌ ସମୟରେ ଭାରତକୁ ସମର୍ଥନ ଦେବାକୁ ନେଇ ଆଇସିସି ଉପରେ ଅନେକ ପ୍ରଶ୍ନ...

ମ୍ୟାଚ ଫିକ୍ସିଂ: ୬ ବର୍ଷ ବାସନ୍ଦ ହେଲେ ଏହି ଖେଳାଳି

ଲଣ୍ଡନ,୬ା୭: ବୋସନିଆ-ହର୍ଜଗୋଭିନାର ଜଣେ ପୂର୍ବତନ ଟେନିସ ଖେଳାଳିଙ୍କୁ ୬ ବର୍ଷ ବାସନ୍ଦ କରାଯାଇଛି। ସେ ମ୍ୟାଚ ଫିକ୍ସିଂ କାର୍ଯ୍ୟକଳାପରେ ଲିପ୍ତ ଥିବା ସ୍ବୀକାର କରିବା ପରେ...

କ୍ରୀଡ଼ା ପାଇଁ ସମର୍ପିତ ଓଡ଼ିଶା ସରକାର; ଚାମ୍ପିୟନ ମହିଳା ରଗ୍‌ବୀ ଦଳକୁ ରାତି ଅଧରେ କଲେ ସ୍ୱାଗତ

ଭୁବନେଶ୍ୱର, ୬।୭: ମହାରାଷ୍ଟ୍ରର ପୁଣେସ୍ଥିତ ବେଲଓ୍ବୋଡ଼ି ଷ୍ଟାଡିୟମରେ ଗୁରୁବାର ଉଦ୍‌ଯାପିତ ସର୍ବଭାରତୀୟ ସିନିୟର ମହିଳା ରଗ୍‌ବୀ ୭ ଏସ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ଚାମ୍ପିୟନ ହୋଇଛି।...

ଆଇପିଏଲ୍‌ରେ ଦଳ ବଦଳାଇବେ ଅଶ୍ୱିନ, ଧୋନୀଙ୍କ ଟିମ୍‌କୁ ଫେରିବା ନେଇ ଦେଲେ ବଡ଼ ସଙ୍କେତ…

ନୂଆଦିଲ୍ଲୀ,୬।୭: ଟିମ୍‌ ଇଣ୍ଡିଆ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଇପିଏଲ୍‌ରେ ଏବେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଛନ୍ତି। ଏହାପୂର୍ବରୁ ଅନେକ ବର୍ଷ ଯାଏ ସେ ମହେନ୍ଦ୍ର ସିଂହ...

ହୋଇଗଲା ସ୍ପଷ୍ଟ! ହାର୍ଦ୍ଦିକ-ନତାଶାଙ୍କ ସମ୍ପର୍କରେ ଫାଟ…

ନୂଆଦିଲ୍ଲୀ,୬।୭: ଟି୨୦ ବିଶ୍ୱକପ୍‌ ୨୦୨୪ରେ ସ୍ବତନ୍ତ୍ର ଯୋଗଦାନ ଦେଇଥିବା ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। କିଛି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri