Categories: ଖେଳ

ତୀରନ୍ଦାଜରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ

ହାଙ୍ଗଝୋ,୫।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି। ତୀରନ୍ଦାଜ ଓଜସ ଦେଓତାଲେ, ଅଭିଷେକ ବର୍ମା ଏବଂ ପ୍ରଥମେଶ ଜାବକର ଭାରତକୁ ସ୍ବର୍ଣ୍ଣ ଦେବାରେ ସଫଳ ହୋଇଛନ୍ତି।

ସେପ୍ଟେମ୍ବର ୨୪ରେ ଭାରତ ପ୍ରଥମ ପଦକ ଜିତିଥିଲା ଏବଂ ସେବେଠାରୁ ବିଜୟ ଧାରା ଜାରି ରହିଛି। ୨୦୧୮ ଏସିଆନ ଗେମ୍ସରେ, ଭାରତୀୟ ଦଳ ୫୭୦ ସଦସ୍ୟ ବିଶିଷ୍ଟ ଦଳରୁ ୭୦ଟି ପଦକ ଅର୍ଜନ କରିଥିଲା। ବର୍ତ୍ତମାନ ଏହି ସଂସ୍କରଣରେ ଭାରତୀୟ ଦଳ ପୂର୍ବ ଶ୍ରେଷ୍ଠ ସ୍ଥାନ ଅତିକ୍ରମ କରିଛି। ବର୍ତ୍ତମାନ ୧୦୦ରୁ ଅଧିକ ପଦକ ଜିତିବାର ଲକ୍ଷ୍ୟ ହାସଲ କରିବାକୁ ଭାରତ ପାଖରେ ଚ୍ୟାଲେଞ୍ଚ ରହିଛି। ମହିଳା ଶୁଟିଂ ଦଳ ସେପ୍ଟେମ୍ବର ୨୪ରେ ହାଙ୍ଗଝୋରେ ଭାରତ ପାଇଁ ପଦକ ଖାତା ଖୋଲିଥିଲେ।

 

Share