ମାଳଦ୍ୱୀପ ଛାଡନ୍ତୁ ଭାରତୀୟ ସୈନିକ, ଭାରତକୁ ନାଲିଆଖି ଦେଖାଇଲେ ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ମହମ୍ମଦ ମୋଇଜୁ

ନୂଆଦିଲ୍ଲୀ, ୨୮।୧୦: ନବ ନିର୍ବାଚିତ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ଭାରତୀୟୂ ସେନାଙ୍କୁ ଦ୍ୱୀପ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଜାରି କରି ସେ କହିଛନ୍ତି, ମାଳଦ୍ୱୀପ ଏବେ ସ୍ବାଧୀନ। ବେଜିଂ ଓ ନୂଆଦିଲ୍ଲୀ ମାଳଦ୍ୱୀପକୁ ସୁରକ୍ଷା ବଢାଇବା ଦରକାର ନାହିଁ। ତେଣୁ ଶୀଘ୍ର ସ୍ଥାନ ଖାଲି କରି ଦିଅନ୍ତୁ।

ନିର୍ବାଚନ କ୍ୟାମ୍ପେନ ବେଳେ ମୋଇଜୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଓ ବିଦାୟୀ ରାଷ୍ଟ୍ରପତି ଇବ୍ରାହିମ ସୋଲିହଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଦେଶର ସାର୍ବଭୌମତ୍ୱକୁ ନଷ୍ଟ କରିବା ପାଇଁ ସୋଲିହ ଭାରତୀୟ ସେନାଙ୍କୁ ମାଳଦ୍ୱୀପରେ ରହିବାକୁ ଅନୁମତି ଦେଇଥିବା ସେ ଅଭିଯୋଗ କରିଥିଲେ।

Share