Categories: ଖେଳ

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ପ୍ରଥମ ପଦକ

ବର୍ମିଂହାମ,୩୦।୭: ଇଂଲଣ୍ଡର ବର୍ମିଂହାମରେ ଖେଳାଯାଉଥିବା ୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ ଭାରତ ରୋପ୍ୟ ପଦକ ସହ ନିଜର ଖାତା ଖୋଲିଛି। ତାରକା ଭାରୋତ୍ତୋଳକ ସଙ୍କେତ ମହାଦେବ ସରଗର ଭାରତକୁ ପ୍ରଥମ ପଦକ ପ୍ରଦାନ କରିଛନ୍ତି। ପୁରୁଷ ୫୫ କିଗ୍ରା ବର୍ଗର ଫାଇନାଲ ମୁକାବିଲାରେ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ମହାରାଷ୍ଟ୍ରର ସାଙ୍ଗଲି ବାସିନ୍ଦା ସଙ୍କେତ ନିଜ ପ୍ରଦର୍ଶନରେ ସମସ୍ତଙ୍କ ହୃଦୟ ଜିତିଛନ୍ତି।

ଜାତୀୟ ସ୍ତରରେ ଅନେକ ସମ୍ମାନ ଜିତିଥିବା ସଙ୍କେତ ଭାରତର ଷ୍ଟାର ଭାରୋତ୍ତୋଳକ। ସେ ୫୫ କିଭ୍ରା ଇଭେଣ୍ଟରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ୨୦୨୧ରେ ତାସକେଣ୍ଟରେ ଅନୁଷ୍ଠିତ ୫୫ କିଗ୍ରା ସ୍ନାଚ୍‌ ଇଭେଣ୍ଟରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହାଦ୍ୱାରା ସେ ନୂତନ ଜାତୀୟ ରେକର୍ଡ ମଧ୍ୟ ସ୍ଥାପନ କରିଥିଲେ।

Share