Categories: ଜାତୀୟ

ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁ କଲେ ବିବାହ, ବଦଳାଇଲେ ନାଁ

ନୂଆଦିଲ୍ଲୀ,୨୫।୭: ଭାରତରୁ ପାକିସ୍ତାନରେ ପହଞ୍ଚିଥିବା ରାଜସ୍ଥାନ ଅଲଓ୍ବରର ମହିଳା ଅଞ୍ଜୁ ଦିରବାଲାର ନସରୁଲ୍ଲାଙ୍କୁ ବିବାହ କରିଛନ୍ତି। ଅଞ୍ଜୁ ଇସଲାମ ଧର୍ମ ଗ୍ରହଣ କରି ନୂତନ ଇସଲାମ ନାମ ଫତିମା ରଖିଛନ୍ତି। ଅଞ୍ଜୁ ଏବଂ ନସରୁଲ୍ଲା ବିବାହ ଜିଲା ଡିୟର ଉପର କୋର୍ଟରେ ହୋଇଛି।

ରାଜସ୍ଥାନ ଅଲଓ୍ବରର ଜଣେ ୩୫ ବର୍ଷୀୟ ବିବାହିତା ମହିଳା ତାଙ୍କ ଫେସ୍‌ବୁକ୍‌ ବନ୍ଧୁଙ୍କୁ ଭେଟିବା ଲାଗି ପାକିସ୍ତାନ ଯାଇଥିଲେ। ଅଞ୍ଜୁ ନାମ୍ନୀ ଏହି ମହିଳା ଜୟପୁର ଯାଉଥିବା ତାଙ୍କ ସ୍ବାମୀ ଅରବିନ୍ଦ କୁମାରଙ୍କୁ କହି ୨୦ ତାରିଖରେ ଘରୁ ବାହାରିଥିଲେ। ତେବେ ସେ ପାକିସ୍ତାନ ଯାଇଥିବା କଥା ରବିବାର ଅରବିନ୍ଦ ଜାଣିବାକୁ ପାଇଥିଲେ।

Share