ଜେରୁଜେଲମ,୧୬।୧୧: ଭାରତୀୟ ମିଶନ ସହାୟତାରେ ଯୁଦ୍ଧଗ୍ରସ୍ତ ହମାସ ଶାସିତ ଗାଜାରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ଲୁବନା ନାଜିର ଶାବୁ ବର୍ତ୍ତମାନ କାଇରୋରେ ପହଞ୍ଚିଛନ୍ତି। ସେ ନିଜ ଘର କଶ୍ମୀରକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ସେ ଆବଶ୍ୟକ ବ୍ୟବସ୍ଥାକୁ ଅପେକ୍ଷା କରିଛନ୍ତି। ଗାଜାରେ ରହୁଥିବା ଜମ୍ମୁ-କଶ୍ମୀରର ଜଣେ ଭାରତୀୟ ଲୁବନା ଏବଂ ତାଙ୍କ ଝିଅ କରିମା ସୋମବାର ସାରେ ରାଫା ସୀମା ପାର ହୋଇ ପରଦିନ ଇଜିପ୍ଟର ରାଜଧାନୀରେ ପହଞ୍ଚିଥିଲେ।
ଲୁବନା କାଇରୋରୁ ନ୍ୟୁଜ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ, ମୁଁ ଗାଜା ଠାରୁ ରାଫା ସୀମାକୁ ସୁରକ୍ଷିତ ଭାବେ ଅତିକ୍ରମ କରିଛି। ବର୍ତ୍ତମାନ ମୁଁ କଶ୍ମୀରକୁ ଫେରିବା ପାଇଁ ଅପେକ୍ଷା କରିଛି। ଆମର ପ୍ରତ୍ୟାବର୍ତ୍ତନ ଯାତ୍ରା ଯୋଜନା କରାଯାଇଛି ।