Categories: ଖେଳ

ଭାରତୀୟ ମହିଳା ଦଳର ଖେଳାଳିଙ୍କୁ ମିଳିନାହିଁ ଟି୨୦ ବିଶ୍ୱକପ୍‌ର ପୁରସ୍କାର ରାଶିର ଅଂଶ

ନୂଆଦିଲ୍ଲୀ, ୨୩।୫ : ଗତ ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ମହିଳା ବିଶ୍ୱକପ୍‌ରେ ଭାରତୀୟ ଦଳ ଉପ ବିଜେତା ଆଖ୍ୟା ଗ୍ରହଣ କରିଥିଲା। ଏଥି ଯୋଗୁ ପୁରସ୍କାର ବାବଦକୁ ଟିମ୍‌ ଇଣ୍ଡିଆକୁ ମିଳିଥିଲା ୫ ଲକ୍ଷ ଆମେରିକୀୟ ଡଲାର, ଯାହାକି ୩.୬୪ କୋଟି ଟଙ୍କାରୁ ଊର୍ଦ୍ଧ୍ୱ। ହେଲେ ଏପର୍ଯ୍ୟନ୍ତ ଦଳର ଖେଳାଳିଙ୍କୁ ସେମାନଙ୍କ ଅଂଶ ମିଳିନାହିଁ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ବରିଷ୍ଠ ଅଧିକାର ରବିବାର କହିଛନ୍ତି।

ୟୁକେର ‘ଟେଲିଗ୍ରାଫ’ ଖବରକାଗଜରେ ଏ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ ପାଇବା ପରେ ଘଟଣାଟି ସାମ୍ନାକୁ ଆସିଛି। ”ଚଳିତ ସପ୍ତାହ ଶେଷ ଆଡ଼କୁ ମହିଳା ଦଳର ଖେଳାଳିଙ୍କ ମଧ୍ୟରେ ଏହି ପୁରସ୍କାର ରାଶି ବଣ୍ଟାଯିବ। ଟ୍ରାନ୍‌ଜାକଶନ ଆରମ୍ଭ କରି ଦିଆଯାଇଛି। ମୁଁ ଆଶା କରୁଛି, ଖେଳାଳିଙ୍କୁ ସେମାନଙ୍କ ଅଂଶ ଶୀଘ୍ର ମିଳିଯିବ। ଆମକୁ ପୁରସ୍କାର ରାଶି ଗତବର୍ଷ ବିଳମ୍ବରେ ମିଳିଥିଲା। ଆଉ ଗତବର୍ଷ କୋଭିଡ୍‌-୧୯ ମହାମାରୀ ଯୋଗୁ ବନ୍ଦ ହୋଇଯାଇଥିଲା ବିସିସିଆଇର ମୁଖ୍ୟ କାର୍ଯ୍ୟାଳୟ। ଏଣୁ ଟଙ୍କା ଦେବାରେ ବିଳମ୍ବ ହୋଇଥିଲା ବୋଲି ଉକ୍ତ ବରିଷ୍ଠ ଅଧିକାରୀ କହିଛନ୍ତି।

Share