ଲାଲ ଗ୍ରହରେ ଇତିହାସ ରଚିଲେ ଭାରତୀୟ ମହିଳା

ଓ୍ବାଶିଂଟନ,୨।୧: ଭାରତର ଝିଅ ରେଡ ପ୍ଲାନେଟ ବା ଲାଲ ଗ୍ରହରେ ଇତିହାସ ସୃଷ୍ଟି କରିଛନ୍ତି। ନାସାର ବୈଜ୍ଞାନିକ ଡକ୍ଟର ଅକ୍ଷତା କୃଷ୍ଣମୂର୍ତ୍ତି ମଙ୍ଗଳ ଗ୍ରହରେ ରୋଭର ଚଳାଇବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ଅକ୍ଷତା ଭାରତର ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ପିଏଚଡି କରିଛନ୍ତି। ଏଠାରୁ ହିଁ ସେ ନାସା ପାଇଁ ମନୋନୀତ ହୋଇଥିଲେ।

ତୁମର ସ୍ବପ୍ନ ପୂରଣ କରିବା ପାଇଁ, ନିଜ ଉପରେ ବିଶ୍ୱାସ ରଖ ଏବଂ ଲକ୍ଷ୍ୟ ହାସଲ କରିବା ପାଇଁ ନିରନ୍ତର କାର୍ଯ୍ୟ ଜାରି ରଖ ବୋଲି ଅକ୍ଷତା କହିଛନ୍ତି। ଅକ୍ଷତା ନାସାର ଜଣେ ମୁଖ୍ୟ ଅନୁସନ୍ଧାନକାରୀ ଏବଂ ମିଶନ ସାଇନ୍ସ ଫେଜ ଲିଡ। ସେ ଗତ ୫ ବର୍ଷ ଧରି ନାସାରେ କାର୍ଯ୍ୟ କରିଆସୁଛନ୍ତି।
୧୩ବର୍ଷ ପୂର୍ବେ ନାସା ରେ କାମ କରିବାର ସ୍ବପ୍ନ ସହିତ ଅକ୍ଷତା ଆମେରିକା ଆସିଥିଲେ। ତାଙ୍କ ପାଖରେ ବିଦେଶୀ ଭିସା ଥିବାରୁ ଏହା ଅସମ୍ଭବ ବୋଲି ଅନେକ ଲୋକ କହିଥିଲେ। ତେଣୁ, ସେ ପ୍ଲାନ-ବି ପ୍ରସ୍ତୁତ ରଖିବା ଉଚିତ କିମ୍ବା ତାଙ୍କ କ୍ୟାରିୟରର ଦିଗ ପରିବର୍ତ୍ତନ କରିବାକୁ ନେଇ ଦେଶ ପରିବର୍ତ୍ତନ କରିବା ଉଚିତ ସେ କିନ୍ତୁ ଏଥିରେ ଦୃଢ ରହିଲେ।
ଅକ୍ଷତା ଲେଖିଛନ୍ତି, ଏମଆଇଟିରେ ପିଏଚଡି କରିବା ଠାରୁ ଆରମ୍ଭ କରି ନାସାରେ ଚାକିରି ପାଇବା ପର୍ଯ୍ୟନ୍ତ କିଛି ସହଜ ନଥିଲା। ଏଠାରେ ପହଞ୍ଚିବା ପାଇଁ ଅନେକ ଥର ଲୋକମାନେ ତାଙ୍କ ମନୋବଳ ଭାଙ୍ଗିଥିଲେ, କିନ୍ତୁ ସେ ତାଙ୍କ ସ୍ବପ୍ନକୁ ଭାଙ୍ଗିବାକୁ ଦେଇନଥିଲେ ଏବଂ କାର୍ଯ୍ୟ ଜାରି ରଖିଥିଲେ।

Share