ଆୟର୍ଲାଣ୍ଡରେ ସବୁଠୁ ଅଧିକ ଦରମା ପାଉଛନ୍ତି ଭାରତୀୟ ମହିଳା, ଆୟର୍ଲାଣ୍ଡର ମହିଳା ଅଛନ୍ତି ପଛରେ…

ଡବଲିନ,୨୯।୧୧: ଅଧିକ ଦରମା ପାଇବା ପାଇଁ ଭାରୀୟମାନେ ଦେଶ ବାହାରକୁ ଯାଉଛନ୍ତି। କେବଳ ପୁରୁଷ ନୁହେଁ ମହିଳମାନେ ମଧ୍ୟ ଦେଶ ବାହାରକୁ ଯାଇ ବିଭିନ୍ନ ପ୍ରକାର ଚାକିରି କରୁଛନ୍ତି। ତେବେ ନିକଟରେ ଏକ ରିପୋର୍ଟରୁ ଜଣାପଡିଛି କି, ଭାରତୀୟ କାର୍ଯ୍ୟରତ ମହିଳାମାନେ ଆମେରିକା, କାନାଡା ଏବଂ ବ୍ରିଟେନ ଅପେକ୍ଷା ଆୟର୍ଲାଣ୍ଡକୁ ବେଶୀ ପସନ୍ଦ କରୁଛନ୍ତି। ଆୟାରିଶ କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଦ୍ୱାରା ନିକଟରେ ପ୍ରକାଶିତ ରିପୋର୍ଟରେ ବିଶ୍ୱର ବାକି ମହିଳାଙ୍କ ତୁଳନାରେ ଆୟର୍ଲାଣ୍ଡରେ କାର୍ଯ୍ୟ କରୁଥିବା ଭାରତୀୟ ମହିଳାମାନେ ରୋଜଗାର କ୍ଷେତ୍ରରେ ବହୁତ ଆଗରେ ଅଛନ୍ତି। ଆୟର୍ଲାଣ୍ଡ ଭାରତୀୟ ମହିଳାମାନଙ୍କ ପାଇଁ ପ୍ରିୟ କାର୍ଯ୍ୟସ୍ଥଳୀରେ ପରିଣତ ହୋଇଛି।

ରିପୋର୍ଟରୁ ଜଣାପଡିଛି କି, ଆୟର୍ଲାଣ୍ଡରେ କାର୍ଯ୍ୟ କରୁଥିବା ପୁରୁଷଙ୍କ ତୁଳନାରେ ଭାରତୀୟ ମହିଳାଙ୍କ ଦରମା ଅଧିକ । ୨୦୨୨ରେ ଭାରତୀୟ ମହିଳାଙ୍କ ସାପ୍ତାହିକ ହାରାହାରି ଦରମା ୮୦ହଜାର ୯୫୦ ଟଙ୍କା ଥିଲା। ଅନ୍ୟପକ୍ଷରେ, ବିଭିନ୍ନ ଦେଶରୁ ଆସୁଥିବା ପୁରୁଷଙ୍କ ଦରମା ୨୦୦ ୟୁରୋରୁ କମ ଥିଲା। ଅର୍ଥାତ୍‌ ୬୧ହଜାର ୨୨୬ ଟଙ୍କା ଥିଲା। ଯଦି ଆମେ ଆୟରିଶ ମହିଳା(ଆୟର୍ଲାଣ୍ଡରେ ରହୁଥିବା ମହିଳା)ଙ୍କ ଦରମା ବିଷୟରେ କହିବା, ତାହା ଭାରତୀୟ ମହିଳାଙ୍କ ତୁଳନାରେ ବହୁତ କମ ରହିଛି। ଆୟାରିଶ ମହିଳା ପ୍ରତି ସପ୍ତାହରେ ୬୧୧,୬୦ ୟୁରୋ ପାଉଛନ୍ତି। ଏହାର ଅର୍ଥ ହେଉଛି ଆୟର୍ଲାଣ୍ଡରେ କାର୍ଯ୍ୟ କରୁଥିବା ଭାରତୀୟ ମହିଳାଙ୍କ ସାପ୍ତାହିକ ଦରମା ଆୟାରିଶ ମହିଳାଙ୍କ ତୁଳନାରେ ୪୫ ପ୍ରତିଶତ ଅଧିକ। ଯଦି ଆମେ ଆୟର୍ଲାଣ୍ଡରେ ମହିଳାଙ୍କ ହାରାହାରି ବେତନ ବିଷୟରେ କହିବା, ଏହା ହେଉଛି ୫୯୨.୯୨ ୟୁରୋ।

ସେହିପରି ଆୟର୍ଲାଣ୍ଡରେ ଭାରତୀୟ ପୁରୁଷଙ୍କ ଅପେକ୍ଷା ଭାରତୀୟ ମହିଳାମାନେ ଅଧିକ ରୋଜଗାର କରୁଛନ୍ତି। ଭାରତୀୟ ପୁରୁଷମାନେ ସପ୍ତାହରେ ୭୭ହଜାର ୮୭୫ଟଙ୍କା ରୋଜଗାର କରୁଛନ୍ତି।

ତଥ୍ୟ ଅନୁଯାୟୀ, ସାପ୍ତାହିକ ହାରାହାରି ଦରମା ଦୃଷ୍ଟିରୁ ଭାରତୀୟଙ୍କ ଦରମା ଅନ୍ୟ ଦେଶର ଲୋକଙ୍କ ତୁଳନାରେ ଅଧିକ। ରିପୋର୍ଟରେ କୁହାଯାଇଛି ଯେ ଆୟର୍ଲାଣ୍ଡରେ ଭାରତୀୟଙ୍କ ହାରାହାରି ରୋଜଗାର ହେଉଛି ୮୭୩.୩୮ ୟୁରୋ ଅର୍ଥାତ ୭୯,୭୦୪,୬୬ ଟଙ୍କା। ଦ୍ୱିତୀୟରେ ଆୟର୍ଲାଣ୍ଡରେ ବ୍ରିଟେନର ଲୋକଙ୍କ ହାରାହାରି ଦରମା ହେଉଛି ୬୪,୮୦୨,୮୦ ଟଙ୍କା।
ଆୟର୍ଲାଣ୍ଡରେ ଭାରତର ରାଷ୍ଟ୍ରଦୂତ ଅଖିଳେଶ ମିଶ୍ର କହିଛନ୍ତି, ଆୟର୍ଲାଣ୍ଡରେ ପ୍ରାୟ ୮୦ହଜାର NRI ଅଛନ୍ତି ଯେଉଁଥିରୁ ଭାରତୀୟ ନାଗରିକଙ୍କ ସଂଖ୍ୟା ୪୫ହଜାର।

Share